ବିଷ ପିଇ ଚିକିତ୍ସା ପାଇଁ ଆସିଥିବା ରୋଗୀ କରୋନା ପଜିଟିଭ୍‌

ବାଲିଅନ୍ତାରେ ଡାକ୍ତରଙ୍କ ସହ ୭ ପଜିଟିଭ୍‌

Ada Derana

କଟକ : କୌଣସି କାରଣରୁ ବିଷପାନ କରିଥିଲେ ବାଲେଶ୍ବରର ୫୦ବର୍ଷର ବ୍ୟକ୍ତି। ଭଦ୍ରକ ମେଡିକାଲକୁ ନେଇ ଯାଇଥିଲେ ସଂପର୍କୀୟ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ ଏସ୍‌ସିବି କାଜୁଆଲିଟିରେ ଆଣ୍ଟିଜେନ୍‌ ପରୀକ୍ଷାରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ସାରାରାତି ସେଭଳି ପଡ଼ିରହିଥିଲେ ରୋଗୀ ଓ ତାଙ୍କ ସଂପର୍କୀୟ। କେହି ଛୁଇଁଲେନି କି ଚିକିତ୍ସା ମଧ୍ୟ କଲେନି। ଏଭଳି ଏକ ଭିଡିଓ ଆଜି ଭାଇରାଲ ହେବା ପରେ ଏସ୍‌ସିବିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଉଠିଛି ପ୍ରଶ୍ନ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାର ଜଣେ ୫୦ବର୍ଷର ବ୍ୟକ୍ତି ବୁଧବାର ଦିନ ବିଷପାନ କରିଥିଲେ। ତାଙ୍କ ଅବସ୍ଥା ପ୍ରଥମରୁ ଗୁରୁତର ଥିଲା। ଭଦ୍ରକ ମେଡିକାଲରେ ଅବସ୍ଥା ସଙ୍ଗିନ ହେବାରୁ ଗତକାଲି ସଂଧ୍ୟାରେ ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା ରୋଗୀଙ୍କୁ। ତେବେ ଆଣ୍ଟିଜେନ୍‌ ପରୀକ୍ଷାରୁ ବିଷପାନ କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ‌ଗୋଟିଏ ପଟେ ରୋଗୀର ଅବସ୍ଥା ସଙ୍ଗିନ ହେଉଥିବାବେଳେ କରୋନା ସଂକ୍ରମଣ ଆଳରେ ତାଙ୍କର ଚିକିତ୍ସା ଠିକ୍‌ ଭାବରେ କରାଯାଇନଥିଲା। ନା ଚିକିତ୍ସା କଲେ ନା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କଲେ। ରୋଗୀ ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ କାଜୁଆଲିଟିରେ ପଡି ରହିଥିବା ତାଙ୍କ ସଂପର୍କୀୟ ଭିଡିଓ ଜାରି କରି ଅଭିଯୋଗ କରିଥି‌ଲେ। ଭିଡିଓ ଭାଇରାଲ ହେବା ପରେ ଏସ୍‌ସିବି ଅଧୀକ୍ଷକ ସ୍ଥିତି ସମୀକ୍ଷା କରିବା ସହ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ଏସ୍‌ସିବିରେ ସମନ୍ବୟ ଅଭାବରୁ କେରୋନା ସଂକ୍ରମିତ ରୋଗୀ ଘଣ୍ଟା ଘଣ୍ଟା ଧରି ‌ୱାର୍ଡରେ ପଡି ରହୁଥିବା ଅଭିଯୋଗ ହୋଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe