ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ!

Advertisment

୨୯ରେ ଲୋକସଭା ପାଇଁ ମତଦାନ, ନିର୍ବାଚନ କମିସନଙ୍କ ବିଜ୍ଞପ୍ତିକୁ ଅପେକ୍ଷା, ଝୁଲିଲା ବିଜୟଙ୍କ ଭାଗ୍ୟ

୨୯ରେ ଲୋକସଭା ପାଇଁ ମତଦାନ, ନିର୍ବାଚନ କମିସନଙ୍କ ବିଜ୍ଞପ୍ତିକୁ ଅପେକ୍ଷା, ଝୁଲିଲା ବିଜୟଙ୍କ ଭାଗ୍ୟ

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ!

ଭୁବନେଶ୍ବର : ବିଧାୟକ ତଥା ବିେଜଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବଦଳିଯାଇଛି ପାଟକୁରା ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ। ବର୍ତମାନ ପାଇଁ ପାଟକୁରାରେ ବିଧାନସଭା ନିର୍ବାଚନ ଅଟକିଛି। ଏହି ନିର୍ବାଚନମଣ୍ଡଳୀରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ, ନିର୍ବାଚନ କମିସନ କି ପଦକ୍ଷେପ େନବେ, ତାହା ଉପରେ ଏବେ ରାଜନୈତିକ ମହଲ ଓ ପାଟକୁରାବାସୀଙ୍କ ନଜର ରହିଛି। ତେବେ ନିର୍ଧାରିତ ଏପ୍ରିଲ ୨୯ରେ ପାଟକୁରା େଭାଟର ଲୋକସଭା ନିର୍ବାଚନ ପାଇଁ େଭାଟ ଦେବେ। ଅନ୍ୟପକ୍ଷରେ ବିେଜପିର ହେଭିେଵଟ୍ ନେତା ବିଜୟ ମହାପାତ୍ରଙ୍କ ଭାଗ୍ୟ କ’ଣ େହବ, ତାକୁ ନେଇ ମଧ୍ୟ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପାଟକୁରା ବିଧାନସଭା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ ପରେ ପାଟକୁରା ଆସନ ପାଇଁ ଏପ୍ରିଲ ୨୯ ତାରିଖରେ ମତଦାନ ହୋଇପାରିବ ନାହିଁ। ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଓ ଉପଧାରା ୧ ଅନୁଯାୟୀ ନିର୍ବାଚନ ପୂର୍ବରୁ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଅଚାନକ ମୃତ୍ୟୁ ପରେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯିବ। କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ପାଇଁ ପାଟକୁରାରେ ନିର୍ଦ୍ଧାରିତ ଦିନ ଭୋଟଗ୍ରହଣ କରାଯିବ। ସ୍ବର୍ଗତଃ ଅଗ୍ରଵାଲଙ୍କ ଦେହାନ୍ତ ପରେ ସେଠାରେ ପୁନଃ ନିର୍ବାଚନ ନେଇ ଭାରତ ନିର୍ବାଚନ କମିସନ ନିଷ୍ପତ୍ତି ନେବେ।

ନିୟମାନୁଯାୟୀ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସ୍ବର୍ଗତଃ ଅଗ୍ରଵାଲଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ମୃତ୍ୟୁ ପ୍ରମାଣ ପତ୍ର ଆଧାରରେ କେନ୍ଦ୍ରାପଡ଼ା ଜିଲ୍ଲା ଉପ-ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ସ୍ଥଗିତ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରିବେ।

ସମ୍ବିଧାନ ବିଶେଷଜ୍ଞ ଅବସରପ୍ରାପ୍ତ ପ୍ରଫେସର ଅମରେଶ୍ବର ମିଶ୍ର କହିଛନ୍ତି, ଏଭଳି ପରିସ୍ଥିତିରେ କେବଳ ସାନି ବିଜ୍ଞପ୍ତି କରି ଉପ-ନିର୍ବାଚନ କରିବା ହେଉଛି ଆଇନସିଦ୍ଧ ବ୍ୟବସ୍ଥା। ତେବେ ପାଟକୁରାରେ କେବେ ଓ କିପରି ନିର୍ବାଚନ କରାଯିବା ସେ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା ନିର୍ବାଚନ କମିସନଙ୍କ ପାଖରେ ରହିଛି। ଶ୍ରୀ ମିଶ୍ରଙ୍କ କହିବା କଥା ଯଦି ନିର୍ବାଚନ କମିସନଙ୍କୁ ସାଧାରଣ ନିର୍ବାଚନ ବିଜ୍ଞପ୍ତି ଆଧାରରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ରାଜନୈତିକ ଦଳମାନେ ଅନୁରୋଧ କରନ୍ତି, ତାହେଲେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବା ପୂର୍ବରୁ ଆଇନଗତ ତର୍ଜମା କରିବା ସହ ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଲୋଡ଼ିପାରନ୍ତି। କାରଣ ଜନ ପ୍ରତିନିଧି ଆଇନର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ବିଜ୍ଞପ୍ତି ପରଠାରୁ ନିର୍ବାଚନ ପାଇଁ ଅନ୍ୟୂନ ୩୦ ଦିନ ସମୟ ଆବଶ୍ୟକ। ଏହି ଦୃଷ୍ଟିରୁ ଦେଖିଲେ ନିର୍ବାଚନ କମିସନ ବର୍ତ୍ତମାନ ପାଟକୁରା ବିଧାନସଭା ପାଇଁ ପଦକ୍ଷେପ ନନେଇ ପରବର୍ତ୍ତୀ ଅବସ୍ଥାରେ ଉପ-ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇପାରନ୍ତି ବୋଲି ସମ୍ବିଧାନ ବିଶେଷଜ୍ଞ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe