ପାଟକୁରାକୁ ନେଇ କଳ୍ପନାଜଳ୍ପନା : କିଏ ହେବ ବିଜେଡି ପ୍ରାର୍ଥୀ?

Advertisment
ପାଟକୁରାକୁ ନେଇ କଳ୍ପନାଜଳ୍ପନା : କିଏ ହେବ ବିଜେଡି ପ୍ରାର୍ଥୀ?

ଭୁବନେଶ୍ବର : ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ। ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ। ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ଆସନ ସଂପର୍କରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଆଜି ଗଣମାଧ୍ୟମକୁ ସୂଚନା େଦଇ ଶ୍ରୀ କୁମାର କହିଛନ୍ତି, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିେପାର୍ଟ ଭିତ୍ତିରେ ଭାରତର ନିର୍ବାଚନ କମିସନଙ୍କୁ ରବିବାର ଦିନ ରିେପାର୍ଟ ଦିଆଯାଇଛି। ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ସଂପର୍କରେ ଭାରତର ନିର୍ବାଚନ କମିସନ ହିଁ ନିଷ୍ପତ୍ତି ନେବେ। ତେବେ ନିର୍ବାଚନ ଶେଷ ପର୍ଯ୍ୟାୟ ସୁଦ୍ଧା େହଉ କିମ୍ବା ପରେ କେବଳ ବିଜେଡି ପ୍ରାର୍ଥୀ ହିଁ ନାମାଙ୍କନ ପତ୍ର ଦାଖଲ କରିବେ। ଅନ୍ୟ ସମସ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଏଥିସହିତ ପାଟକୁରା ଆସନର ଭବିଷ୍ୟତ କଣ େହବ, ତାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି।

ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏହି ଆସନରେ ନିର୍ବାଚନକୁ ସ୍ଥଗିତ କରିଛନ୍ତି ରିଟର୍ଣ୍ଣିଂ ଅଫିସର। କେବେ ନିର୍ବାଚନ ହେବ ତାହା ଜଣାପଡିନାହିଁ। ପରବର୍ତ୍ତୀ ସମୟରେ ଏହି ଆସନ ପାଇଁ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ଏଠାରେ ଏବେ ବିେଜପିର ହେଭିେଵଟ୍ େନତା ବିଜୟ ମହାପାତ୍ର ନିର୍ବାଚନ ଲଢୁଛନ୍ତି। କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ େହାଇଛନ୍ତି। ଏବେ ରାଜନୀତି ଦୃଷ୍ଟିରୁ ଅତି ସମ୍ବେଦନଶୀଳ େବାଲି କୁହାଯାଉଥିବା ଏହି ଆସନରେ ବିେଜଡି କାହାକୁ ପ୍ରାର୍ଥୀ କରିବ, ତାହା ସ୍ଥାନୀୟ ବିେଜଡି ଶିବିରରେ ଚର୍ଚ୍ଚାର ବିଷୟ େହାଇଛି।

ବେଦୁ ବାବୁଙ୍କ ପୁଅ ସଂଜୟ ଅଗ୍ରଵାଲ ଏଠାରୁ ପ୍ରାର୍ଥୀ େହାଇପାରନ୍ତି େବାଲି େଗାଟିଏ ମହଲ ମତ ରଖୁଛନ୍ତି। ଏହାଦ୍ବାରା େବଦୁଙ୍କ ଅବର୍ତମାନରେ ସେ ଦଳ ପାଇଁ ଅନୁକମ୍ପା େଗାଟାଇପାରିବେ। ଅନ୍ୟପକ୍ଷରେ ଏହି ଆସନ ପାଇଁ ଯୁବ ନେତା ତେଜେଶ୍ବର ପରିଡା, ଅମରେଶ ପତ୍ରି, ଅଧ୍ୟାପକ ଅଜୟ ରାଉତ, ରବି ସାମଲ, ସରୋଜ ସାହୁ ପ୍ରମୁଖ ଆଶାୟୀ ଥିଲେ। ଏମାନଙ୍କ ବ୍ୟତୀତ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭାଇ ଶାନ୍ତନୁ ବି ସଂଗଠନ କରୁଥିଲେ। ସରୋଜ ଇତିମଧ୍ୟରେ ବିେଜପିରେ େଯାଗଦେଇସାରିଛନ୍ତି।

ରାଜନୈତିକ ମହଲର କହିବା କଥା େହଉଛି, ଯଦି େବଦୁଙ୍କ ପରିବାର ହାତକୁ ପୁଣି ଟିକଟ ଯାଏ, ତେବେ ସ୍ଥାନୀୟ ଅଞ୍ଚଳର ଯୁବ ନେତାମାେନ ସଂଜୟଙ୍କ ସହିତ ରହିବେ ନା ବିକଳ୍ପ କିଛି ନିଷ୍ପତ୍ତି ନେବେ ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। ଯଦି ଆଉ କାହାକୁ ପ୍ରାର୍ଥୀ କରାଯାଏ, ତେବେ ଅନ୍ତଃକନ୍ଦଳ ବଢିପାରେ ଓ ବେଦୁଙ୍କ ପରଲୋକ ପରେ ସମବେଦନା ଆଉ ବିେଜଡି ସପକ୍ଷରେ ଯିବା ସମ୍ଭବ ନୁହେଁ। ଏଣୁ ଏହି ବିଧାନସଭା ଆସନ ବିେଜଡି ପାଇଁ ଚିନ୍ତା ବଢାଇବା ସମ୍ଭାବନା ଅଧିକ।

ଉଲ୍ଲେଖଥାଉକି, ଆସନ୍ତା ୨୯ ତାରିଖରେ େକନ୍ଦ୍ରାପଡା ଜିଲ୍ଲାରେ େଭାଟ ଗ୍ରହଣ େହବ। ସେଦିନ କିନ୍ତୁ ପାଟକୁରାରେ େଭାଟରମାେନ କେବଳ େଲାକସଭା ପ୍ରାର୍ଥୀଙ୍କୁ େଭାଟ ଦେବେ। ଭାରତର ନିର୍ବାଚନ କମିସନ ଏହି ବିଧାନସଭା ଆସନ ପାଇଁ ତାରିଖ େଘାଷଣା କରିବା ପରେ ଯାଇ େସଠାରେ େଭାଟଗ୍ରହଣ େହବ ଓ କେବଳ ବିେଜଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe