ଜେଇଙ୍କୁ ଜାତିଆଣ ଆକ୍ଷେପ କରିନାହିଁ: ବିଧାୟକ

Advertisment
ଜେଇଙ୍କୁ ଜାତିଆଣ ଆକ୍ଷେପ କରିନାହିଁ: ବିଧାୟକ

ପାଟଣାଗଡ଼ : ପାଟଣାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମରେ ପୂର୍ତ୍ତ ବିଭାଗର ଜେଇ ‌ଜୟକାନ୍ତ ଶବରଙ୍କୁ ସର୍ବସାଧାରଣ ସମ୍ମୁଖରେ କାନ ଧରି ଉଠବସ କରାଇବା ଘଟଣାକୁ ୭ ଦିନ ବିତି ଯାଇଛି। ଏହି ଘଟଣାକୁ ନେଇ ବିଧାୟକ ଶ୍ରୀ ମେହେର ବୁଧବାର ମଧ୍ୟାହ୍ନରେ କେବଳ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମ୍ମୁଖରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଘଟଣା ସମ୍ପର୍କରେ ଜେଇ ଶ୍ରୀ ଶବରଙ୍କ ପତ୍ନୀ ଗତ ୬ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ଥାନାରେ ଏତାଲା ଦେବା ପରେ ସେହି ଦିନ ଗଣମାଧ୍ୟମ ସମ୍ମୁଖରେ ବିଧାୟକ ଘଟଣାକୁ ନେଇ ସେ ଦୁଃଖିତ ବୋଲି ପ୍ରତିକ୍ରିୟା ଦେଇଥିଲେ। ପରେ ବିଧାୟକ ଶ୍ରୀ ମେହେରଙ୍କ ବିରୋଧରେ ମାମାଲା ରୁଜୁ ହୋଇଥିଲା। ଏହା ପରେ ବୁଧବାର ମଧ୍ୟାହ୍ନରେ ହଠାତ୍ କେବଳ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ୧୫ ମିନିଟ ମଧ୍ୟରେ ପହଞ୍ଚିବା ପାଇଁ କହିଥିଲେ। ସୂଚନା ପାଇ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ। ବିଧାୟକ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ସେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ପାଇବା ପରେ ବିଧାୟକ ଭାବେ ସେଠାକୁ ଯାଇଥିଲେ। ଏସସିଏସଟି ଉପରେ ସେ ଆଦୌ କିଛି କହି ନାହାନ୍ତି। ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସେ ବହୁତ ସମ୍ମାନ ଦେଇ ଆସିଛନ୍ତି। ଯାହା ହୋଇଯାଇଛି ସେଥିରେ ସେ ଜେଇଙ୍କୁ ଜାତିଗତ ଉପରେ ଆକ୍ଷେପ କରି ନାହାନ୍ତି ବୋଲି କହିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe