ବିଧାୟକଙ୍କ ଆଗୁଆ ଜାମିନ ମାମଲା: କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

Advertisment
ବିଧାୟକଙ୍କ ଆଗୁଆ ଜାମିନ ମାମଲା: କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

Twitter

କଟକ : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଅଗୁଆ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମେହେରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଗତ ୫ ତାରିଖ ଦିନ ବିଧାୟକ ଶ୍ରୀ ମେହେର ପାଟଣାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଲକ ଅଧୀନରେ ରହିଥିବା ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ପାଇଁ ଯାଇଥିଲେ। ନିଜେ ବେଲପଡା-ବଜଲସାଗର ରାସ୍ତା କାମ ଯାଞ୍ଚ କରିବା ପରେ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଥିଲେ। ସଂପୃକ୍ତ ରାସ୍ତା ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଲୋକଙ୍କ ସମ୍ମୁଖରେ କାନ ଧରି ବସ୍ଉଠ୍ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଏ ନେଇ ପାଟଣାଗଡ ଥାନାରେ ଏତଲା ଦେଇଥିଲେ।

ହାଇକୋର୍ଟରେ ରୁଜୁ ମାମଲାରେ ରାଜ୍ୟ ସରକାରଙ୍କ ସହିତ ପ୍ରବୀଣା ରାଜହଂସଙ୍କ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା।

ଅନ୍ୟପକ୍ଷରେ,ପାଟଣାଗଡ ଥାନାରେ ଏତଲା ରୁଜୁ ହେବା ପରେ ବିଧାୟକ ଜୁନ୍ ୧୨ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଆବେଦନକାରୀ ଦର୍ଶାଇଥିଲେ। ବିଳମ୍ବରେ ରୁଜୁ ହୋଇଥିବା ଏତଲାରେ ରହିଥିବା ଅଭିଯୋଗ ସନ୍ଦେହଜନକ। ଏଥିସହିିତ ଉଦ୍ଦେଶ୍ୟମୂଳକ ଭାବେ ଏପରି ଅଭିଯୋଗ କରାଯାଇଛି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିବା ବେଳେ ଦେବାଶିଷ ବିଶ୍ବାଳ ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe