ବମ୍ବେ ହାଇକୋର୍ଟରେ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’

ସିବିଏଫସି ଏଯାଏ ସାର୍ଟିଫିକେସନ ଦେଇନି

ବମ୍ବେ ହାଇକୋର୍ଟରେ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’

Sambad English

ଭୁବନେଶ୍ବର : ପାଟଣାଗଡ଼ ବୋମା ବିସ୍ଫୋରଣ ଭଳି ହୃଦୟବିଦାରକ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ପୁଞ୍ଜିଲାଲଙ୍କ ପତ୍ନୀ ଏନେଇ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଦି ‌ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ଫିଲ୍ମର ସାର୍ଟିଫିକେସନରେ ରୋକ ଲଗାଇବା ପାଇଁ ନିର୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହାଇକୋର୍ଟ ଏହାର ଶୁଣାଣି କରି ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ଅଭିଯୁକ୍ତର ଟ୍ରାଏଲ ନସରିଛି ସେ ପର୍ଯ୍ୟନ୍ତ ଫିଲ୍ମଟି ମୁକ୍ତିଲାଭ କରିପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି।

ଏନେଇ ଫିଲ୍ମର ପ୍ରଯୋଜକ, ନିର୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି ବୋଲି କୁହାଯାଇଥିଲେ ହେଁ ପ୍ରଯୋଜକ ଶ୍ରୀଧର ମାର୍ଥା ଏପରି କୌଣସି ନୋଟିସ ପାଇନାହାନ୍ତି ବୋଲି କହିଛନ୍ତି। ‌ତାଙ୍କ କହିବା ମୁତାବକ ସଂପ୍ରତି ଫିଲ୍ମଟି ସିବିଏଫସିଠାରୁ ସାର୍ଟିଫିକେସନ ଅପେକ୍ଷାରେ ରହିଛି। ସିବିଏଫସି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଡଭେଟ ସେଠନା ହିନ୍ଦୁସ୍ତାନୀ ଟାଇମସକୁ ଦେଇଥିବ ସୂଚନା ମୁତାବକ, ସୁପ୍ରିମକୋର୍ଟର ନିର୍ଦେଶ ପରେ ବିଚାରପତି ଆମଜଦ ସୟିଦ ଓ ବିଚାରପତି ଏ ପ୍ରଭୁ ଦେଶାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁତାବକ ସିବିଏଫସିର ଏକ ସମୀକ୍ଷା କମିଟି ‘ପାଟଣାଗଡ଼’ଫିଲ୍ମର ସମୀକ୍ଷା କରି ଏଥିରେ କିଛି ନିର୍ଦିଷ୍ଟ ପରିବର୍ତନ ପାଇଁ କହିଥିଲେ। ଏନେଇ ସିବିଏଫସିର ଆଞ୍ଚଳିକ ଅଧିକାରୀ ଉଭୟ ପ୍ରଯୋଜକ ଓ ନିର୍ଦେଶକଙ୍କୁ ଏ ବିଷୟରେ ଅବଗତ କରିଥିଲେ। ତେଣୁ ଫିଲ୍ମକୁ ସାର୍ଟିଫିକେସନ ନମିଳିବା ପର୍ଯ୍ୟନ୍ତ ଏହା କେବେ ବି ମୁକ୍ତିଲାଭ କରିପାରିବ ନାହିଁ।

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲକୁ ଗିରଫ କରିଥିଲା। ଏଇ ଘଟଣାକୁ ନେଇ ଶ୍ରୀଧର ମାର୍ଥା ‘ପାଟଣାଗଡ଼’ ଫିଲ୍ମ ନିର୍ମାଣ କରିଥିବା ବେଳେ ଏଥିରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣୀ, ତେଲୁଗୁ ଚଳଚ୍ଚିତ୍ରର ଚର୍ଚ୍ଚିତ ଚେହେରା ତାନିକେଲା ଭରନୀ, ଓଡ଼ିଆ ଅଭିନେତା ମନୋଜ ମିଶ୍ର ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାକୁ ରାଜେଶ ଟଚରିଭର ନିର୍ଦେଶନା ଦେଇଛନ୍ତି। ମାତ୍ର ପୁଞ୍ଜିଲାଲଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ ଯେ ଏପର୍ଯ୍ୟନ୍ତ ପୁଞ୍ଜିଲାଲଙ୍କ ଟ୍ରାଏଲ ସରିନଥିବାରୁ ଏହାକୁ ମୁକ୍ତିଲାଭ କରାଇଲେ ତାଙ୍କ ପରିବାରର ମର୍ଯ୍ୟାଦାରେ ହାନି ହେବ। ତେଣୁ ଏ ବାବଦରେ ସେ ବାରମ୍ବାର କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଫିଲ୍ମର ପ୍ରଯୋଜକ ଶ୍ରୀ ମାର୍ଥା କହିଛନ୍ତି ସଂପ୍ରତି ଆମର ମାଲିକ ହେଉଛନ୍ତି ସିବିଏଫସି। ଯେପର୍ଯ୍ୟନ୍ତ ଫିଲ୍ମକୁ ସାର୍ଟିଫିକେସନ ମିଳିନାହିଁ ସେପର୍ଯ୍ୟନ୍ତ ଚଳଚ୍ଚିତ୍ର ମୁକ୍ତିଲାଭ କରାଇବାର ପ୍ରଶ୍ନ ଉଠୁନାହିଁ। ସୂଚନାଯୋଗ୍ୟ ଏହା ପୂର୍ବରୁ ମାମଲା ସୁପ୍ରି‌ମକୋର୍ଟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ମଧ୍ୟ ଯାଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe