ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲା,ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁଣାଣି

୬୭ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପାଇଁ ନୋଟିସ, ପ୍ରଥମ ଦିନ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲା,ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁଣାଣି

Prameyanews.com

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପ୍ରକ୍ରିୟା ସ୍ଥାନୀୟ ଏଡିଜେ କୋର୍ଟରେ ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ବୁଧବାର ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୪ ବର୍ଷ ବିତି ଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର କିଛି ଦିନ ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲା। ହାଇକୋର୍ଟ ଏହାକୁ ଖାରଜ କରି ନିମ୍ନ ଅଦାଲରେ ମାମଲାର ତ୍ବରିତ ଶୁଣାଣି ପାଇଁ ଆଦେଶ ଦେଇଥିଲେ। ଉକ୍ତ ନିର୍ଦେଶକୁ ପାଳନ କରି ବୁଧବାର ପାଟଣାଗଡ଼ ଏଡିଜେ ଅଦାଲତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମାମଲାରେ ସାକ୍ଷ୍ୟ ପ୍ରମାଣ ନେବା ପାଇଁ ୬୭ ଜଣଙ୍କୁ ନୋଟିସ ଦିଆଯିବାକୁ ଆବେଦନ କରାଯାଇଥିଲା।

ପ୍ରଥମ ଦିନ ବୁଧବାର ୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା। ଏଥିରେ ପୁଞ୍ଜିଲାଲ ପକ୍ଷରୁ କୌଣସି ଓକିଲ ଉପସ୍ଥିତ ନଥିଲେ। କୋର୍ଟ ପୁଞ୍ଜିଲାଲକୁ ସରକାରଙ୍କ ତରଫରୁ ଓକିଲ ନିଯୁକ୍ତ କରାଯିବ କି ବୋଲି ପଚାରିବାରୁ ସେ ମନା କରିବା ସହ ନିଜେ ଜଣେ ଓକିଲ ନିଯୁକ୍ତ କରିବ ବୋଲି କହିଥିବା ଜଣାପଡ଼ିଛି। ବୁଧବାର ପ୍ରଥମେ ଏତାଲାକାରୀ ବସନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ଭୂମିସୁତା ସାହୁଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଗଷ୍ଟ ୧ ତାରିଖ ଦିନ ଅନ୍ୟ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଏଠାରେ ପ୍ରକାଶଥାଉ କି, ୨୦୧୮ ଫେବ୍ରୁଆରି ୨୫ ତାରିଖ ଦିନ ପାର୍ସଲ୍ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମା ଗୁରୁତର ଆହତ ହୋଇ ପ୍ରଥମେ ବଲାଙ୍ଗୀର ଓ ପରେ ବହୁଦିନ ଧରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଏପ୍ରିଲ ୨୦୧୮ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରଥମେ ପାଟଣାଗଡ଼ ଉପକାରାଗାରରେ ପୁଞ୍ଜିଲାଲ ଥିବା ବେଳେ ସେଠାରୁ ଫେରାର୍ ଉଦ୍ୟମ କରୁଥିବା ଘଟଣା ପରେ ତାକୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe