ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ପୂରିଲା ଦୁଇବର୍ଷ : ନ୍ୟାୟ ଅପେକ୍ଷାରେ ସୌମ୍ୟଶେଖରଙ୍କ ପରିବାର

Advertisment
ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ପୂରିଲା ଦୁଇବର୍ଷ : ନ୍ୟାୟ ଅପେକ୍ଷାରେ ସୌମ୍ୟଶେଖରଙ୍କ ପରିବାର

The Financial Express

ବଲାଙ୍ଗୀର : ଦୁଇବର୍ଷ ତଳେ ଅର୍ଥାତ୍‌ ୨୦୧୮ ମସିହା ଫେବ୍ରୁଆରି ୨୩ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଘଟିଥିଲା ଭୟଙ୍କର ପାର୍ସଲ ବୋମା ବିସ୍ଫୋରଣ ଘଟଣା । ବାହାଘର ପରେ ଘରକୁ ଆସିଥିଲା ମୃତ୍ୟୁର ଉପହାର। ଉପହାର ଖୋଲୁଖୋଲୁ ହୋଇଥିଲା ବିସ୍ଫୋରଣ। ବିସ୍ଫୋରଣରେ ପାଟଣାଗଡ଼ରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ସୌମ୍ୟଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ଦେଖୁଦେଖୁ ଘଟଣାକୁ ଦୁଇବର୍ଷ ପୂରିଛି। ହେଲେ ଏବେ ବି ନ୍ୟାୟ ଅପେକ୍ଷାରେ ମୃତ ସୌମ୍ୟଶେଖରଙ୍କ ପରିବାର।

ଏହି ଖବର ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା। ପୁଲିସ ଏକ ମାସରୁ ଅଧିକ ସମୟ ତଦନ୍ତ ପରେ ବି ଅପରାଧୀ ପାଖକୁ ପହଞ୍ଚି ପାରିନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ହାତକୁ ନେଇଥିଲା। ମାର୍ଚ୍ଚ ୨୨ ତାରିଖରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। କ୍ରାଇମବ୍ରାଞ୍ଚ ଏକ ମାସ ତଦନ୍ତ କରିବା ପରେ ମାମଲାରେ ୪ ଜଣଙ୍କୁ ଅଟକ ରଖିଥିଲା। ଶେଷରେ ୨୦୧୮ ମାର୍ଚ୍ଚ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଫାଇନାଲ ଚାର୍ଜସିଟ ଦାଖଲ କରିସାରିଛି। ପୁଞ୍ଜିଲାଲ ଜେଲ୍‌ରେ ରହି ବି ବହୁ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଘଟଣାକୁ ଏହାରି ଭିତରେ ଦୁଇବର୍ଷ ପୂରିଥିବା ବେଳେ ମୃତ ସୌମ୍ୟଶେଖରଙ୍କ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି। ମୃତ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର ସାହୁ କହିଛନ୍ତି, ପୁଅ ମୃତ୍ୟୁ ପରେ ସେମାନେ ଭାଙ୍ଗିପଡ଼ିଛନ୍ତି। ଦୁଇବର୍ଷ ହେଲା ଘଟଣାରେ ଚାର୍ଜଫ୍ରେମ ହୋଇନି। ବରଂ ଏଥିରେ ଥିବା ମୁଖ୍ୟ କାର୍ପଟଦାରକୁ ଜାମିନ ଦିଆଯାଉଛି। ଯଦି ଶୀଘ୍ର ନ୍ୟାୟ ମିଳନ୍ତା ପୁଅର ଆତ୍ମା ଶାନ୍ତି ପାଇବ ବୋଲି ସେ କହିଛନ୍ତି। ସେହିପରି ରୀମାରାଣୀ କହିଛନ୍ତି, ସବୁ ସମୟରେ ସ୍ୱାମୀଙ୍କ କଥା ମନେ ପଡ଼େ। କଠୋର ଦଣ୍ଡ ଦୋଷୀକୁ ଶୀଘ୍ର ମିଳୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe