ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା

Advertisment

୧୯୫ ଥର ଶୁଣାଣି ଏବଂ ଦୀର୍ଘ ୭ ବର୍ଷର ଆଇନଗତ କସରତ ପରେ ବୁଧବାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।

Updated On

୧୯୫ ଥର ଶୁଣାଣି ଏବଂ ଦୀର୍ଘ ୭ ବର୍ଷର ଆଇନଗତ କସରତ ପରେ ବୁଧବାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।

ଅଦ୍ୟତନ ହୋଇଛି
ffgbvvbbv

ବଲାଙ୍ଗୀର/ପାଟଣାଗଡ଼: ୧୯୫ ଥର ଶୁଣାଣି ଏବଂ ଦୀର୍ଘ ୭ ବର୍ଷର ଆଇନଗତ କସରତ ପରେ ବୁଧବାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ତାକୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ହୋଇଛି। ଆଜି ସକାଳେ ପୁଞ୍ଜିଲାଲ୍‌କୁ କଡ଼ା ସୁରକ୍ଷା ବଳୟରେ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ ଏଡିଜେ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କ ଓକିଲଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଦିନ ୧୧ଟାରେ ପୁଞ୍ଜିଲାଲ୍‌କୁ କୋର୍ଟରେ ହାଜର କରାଯାଇଥିଲା। ପାଖାପାଖି ସାଢ଼େ ୧୧ଟାରେ ପୁଞ୍ଜିଲାଲ୍‌କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଇପିସି ୩୦୨ ଧାରାରେ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା, ଅନାଦାୟ ଅତିରିକ୍ତ ବର୍ଷେ ଜେଲ୍‌, ୩୦୭ ଧାରାରେ ୧୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା, ଅନାଦାୟ ଆହୁରି ୬ ମାସ ଜେଲ୍‌, ୨୦୧ ଧାରାରେ ୭ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟ କ୍ଷେତ୍ରରେ ଅତିରିକ୍ତ ୬ ମାସ କାରାଦଣ୍ଡାଦେଶ ରହିଛି। ସେକ୍ସନ୍‌ ୩ ଏକ୍ସପ୍ଲୋସିଭ୍‌ ଆକ୍ଟରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ଅତିରିକ୍ତ ବର୍ଷେ କାରାଦଣ୍ଡ, ସେକ୍ସନ୍‌ ୪ରେ ୧୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ଅତିରିକ୍ତ ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଅଦାଲତ। କୋର୍ଟର ସମସ୍ତ କାଗଜପତ୍ରରେ ଦସ୍ତଖତ ପରେ ପୁଞ୍ଜିଲାଲ୍‌କୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ନିଆଯାଇଥିଲା। ବିବାହ ଉତ୍ସବ ଅବସରରେ ପାର୍ସଲ ବୋମା ପଠାଇ ଅନ୍ୟ ଘରେ ମୃତ୍ୟୁ ବିଭୀଷିକା ରଚିବା ଅପରାଧ ଇତିହାସରେ ଥିଲା ଏକ ବିରଳ ଘଟଣା। ତେଣୁ ଏହି ମାମଲାରେ ପୁଞ୍ଜିଲାଲ୍‌କୁ ଫାଶୀ ଦଣ୍ଡ ହେବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ତେବେ ଚୂଡ଼ାନ୍ତ ରାୟ ସହ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe