ଏଟିଏମ୍‌ ନିକଟରେ ପାଟ୍ରୋଲିଂ କଡ଼ାକଡି ପାଇଁ ନିର୍ଦ୍ଦେଶ

Advertisment
ଏଟିଏମ୍‌ ନିକଟରେ ପାଟ୍ରୋଲିଂ କଡ଼ାକଡି ପାଇଁ ନିର୍ଦ୍ଦେଶ

photo by : Times of India

କଟକ: ରାତି ୧୧ଟାରୁ ୫ଟା ପର୍ଯ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ହେଉଛି। ତେଣୁ ଏଟିଏମ୍‌ କାଉଣ୍ଟର ନିକଟରେ ପ୍ରତ୍ୟେକ ରାତିରେ ୩ ଥର ପାଟ୍ରୋଲିଂ କରାଯିବ। ଅସ୍ତ୍ରଶସ୍ତ୍ର ସହିତ ପୁଲିସ ଅଫିସର ପାଟ୍ରୋଲିଂ କରିବେ। କୌଣସି ସନ୍ଦିଗ୍ଧଙ୍କୁ ଦେଖିବା ମାତ୍ରକେ ତୁରନ୍ତ ସ୍ଥାନୀୟ ଥାନାକୁ ଉଠାଇ ଆଣିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜିଲ୍ଲା ଏସ୍‌ପି ଏବଂ କମିସନରେଟ୍‌ ପୁଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗତ ଏକ ମାସ ମଧ୍ୟରେ ୩ କୋଟି ୩ ଲକ୍ଷ ୮୫ ହଜାର ଟଙ୍କା ଏଟିଏମ୍‌ରୁ ଲୁଟ୍‌ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ସମୀକ୍ଷା କରିଛି । ଜିଲ୍ଲା ଓ୍ଵାରି ଏସ୍‌ପି ଏଟିଏମ୍‌ ଲୁଟେରାଙ୍କ ଫଟୋ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଲୁଟେରାଙ୍କ ଫଟୋ ଜିଲ୍ଲା ଅପରାଧୀ ନଥି ବିଭାଗ(ଡିସିଆର୍‌ବି)ରେ ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇ ଭବିଷ୍ୟତ ପାଇଁ ରଖାଯିବ। ତା’ ସହିତ ଏହି ଡାଟାବେସ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ନିକଟକୁ ଇ-ମେଲ୍‌ କରିବାକୁ କୁହାଯାଇଛି । ଏଟିଏମ୍‌ କାଉଣ୍ଟର ମୁଖ୍ୟ ଗେଟ୍‌ରେ ଏଟିଏମ୍‌ କାର୍ଡ ସୁଇପ୍‌ କଲେ ଭିତରେ ପଶିବାର ବ୍ୟବସ୍ଥା କରାଯିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ସମସ୍ତ ଜିଲ୍ଲା ପୁଲିସକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe