ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍‌ରେ କଳାହାଣ୍ଡିର ପଟ୍ଟାୟତ ସାହୁ

୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷରୋପଣ କରି ଚର୍ଚ୍ଚାରେ

ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍‌ରେ କଳାହାଣ୍ଡିର ପଟ୍ଟାୟତ ସାହୁ

ଭବାନୀପାଟଣା : କଳାହାଣ୍ଡିର ପଟ୍ଟାୟତ ସାହୁଙ୍କ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନକି ବାତ୍‌ କାର୍ଯ୍ୟକ୍ରମରେ ପ୍ରକାଶ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାରେ ବହୁ ପାରମ୍ପରିକ ଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରୁଥିବା ଚାଷୀ ଲୋକଲୋଚନକୁ ଆସିପାରୁ ନାହାନ୍ତି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ରବିବାର ମନକି ବାତ୍‌ରେ ଔ‌ଷଧୀୟ ବୃକ୍ଷ ଚାଷ କରି ଚର୍ଚ୍ଚାକୁ ଆସିଥିବା କଳାହାଣ୍ଡିର ପଟ୍ଟାୟତ ସାହୁଙ୍କ ଉଦାହରଣ ଦେବା ପରେ, ଶ୍ରୀ ସାହୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ନାନ୍ଦୋଲ ଗ୍ରାମର ଶ୍ରୀ ସାହୁ ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ବୃକ୍ଷଗୁଡ଼ିକୁ ବିଭିନ୍ନ ରାଜ୍ୟ ଏବଂ ଦେଶରୁ ଆଣି ନିଜ ବଗିଚାରେ ଲଗାଇଛନ୍ତି। ସାଇକଲ୍‌ ହିଁ ତାଙ୍କ ସାହାରା ପାଲଟିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ। ଶ୍ରୀ ସାହୁ ବର୍ତ୍ତମାନ ଗାଈ ଗୁହାଳରେ ଆଶ୍ରୟ ନେଉଛନ୍ତି।

ସେ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି। ୩୫ବର୍ଷ ପରେ ଜିଲ୍ଲା ପ୍ରଶାସନ କିଂବା ରାଜ୍ୟ ସରକାର ପଟ୍ଟାୟତଙ୍କ ପ୍ରତି ଦୃଷ୍ଟି ଦେଉନାହାନ୍ତି। ରାଜ୍ୟ ସରକାର ଜାଗା ଆଉ ପ୍ରୋତ୍ସାହନ ଯୋଗାଇଦେଲେ ଆହୁରି ଔଷଧୀୟ ବୃକ୍ଷରୋପଣ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅଣାଯାଇପାରନ୍ତା ବୋଲି କହିଥିଲେ। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଲୁପ୍ତ ଔଷଧୀୟ ବୃକ୍ଷର ସଂରକ୍ଷଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe