ଯୋରନ୍ଦା ମେଳା ପାଇଁ ବାଟ ଫିଟିଲା

Advertisment
ଯୋରନ୍ଦା ମେଳା ପାଇଁ ବାଟ ଫିଟିଲା

ଯୋରନ୍ଦା : କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁ ପ୍ରସିଦ୍ଧ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା ଦେଖାଦେଇଥିଲା, ତା’ର ଅବସାନ ଘଟିଛି। ଆଜି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଉଭୟ ଉଭୟ ଗୋଷ୍ଠୀ ମହିମା ସାଧୁ ସମାଜ ସହମତି ପ୍ରକାଶ ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଜି ଅପରାହ୍ନରେ ଉଭୟ ଗୋଷ୍ଠୀ ସାଧୁସନ୍ଥଙ୍କ ସହିତ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ,ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଆଇଆଇସି ସତ୍ୟବ୍ରତ ଭୁତିଆ, ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା, ସମାଜ ସେବୀ ପ୍ରକାଶ ନାୟକ ପ୍ରମୁଖ ଉଭୟ ଗୋଷ୍ଠୀର ସାଧୁ ସମାଜଙ୍କ ସହିତ ପୃଥକ ପୃଥକ ବୈଠକ କରିଥିଲେ। ଏହି ବୈଠକ ପରେ ହିଁ ସମାଧାନର ବାଟ ବାହାରିଥିଲା। ଚଳିତ ମାଘମେଳା ଉପଲକ୍ଷେ କୌପୀନଧାରୀ ମହିମା ସମାଜ ପକ୍ଷରୁ ଅସ୍ଥାୟୀ ଭଜନମଣ୍ଡପରେ ଧୁନି ଓ ଝାଡ଼ବତି ଲାଗିବା ପାଇଁ ସ୍ଥିର ହୋଇଛି। ଏହି ପ୍ରସ୍ତାବକୁ କୌପୀନଧାରୀ ମହିମା ସମାଜ ପକ୍ଷରୁ ଗ୍ରହଣ କରାଯାଇଥିଲା। ଫଳରେ, ଯୋରନ୍ଦା ମେଳା ଆୟୋଜନ ପାଇଁ ଲାଗି ରହିଥିବା ଦ୍ୱନ୍ଦ୍ବ, ଆଶଙ୍କାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସୂଚନାଯୋଗ୍ୟ ଯେ ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe