ଭୋଟ୍ ଦେଲେନି ବୋଲି ରାସ୍ତା ଖୋଳିଦେଲେ

Advertisment
ଭୋଟ୍ ଦେଲେନି ବୋଲି ରାସ୍ତା ଖୋଳିଦେଲେ

ସୋର: ଗତ ପଞ୍ଚାୟତ ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଦଳ ସମର୍ଥନରେ ସରପ‌ଞ୍ଚ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତେବେ ପରାଜିତ ପ୍ରାର୍ଥୀ ତାଙ୍କ ସମର୍ଥକମାନଙ୍କ ସହ ମିଶି ରାଗ ଶୁଝାଇବାକୁ ଯାଇ ତଳନଗର ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ରାସ୍ତାକୁ ଜେସିବି ଲଗାଇ ୪ଟି ସ୍ଥାନରେ ଖୋଳି ଦେଇଥିବା ସୋର ଥାନାରେ ଅଭିଯୋଗ ହୋଇଛି।

ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରାଜିତ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକମାନେ ଏହି ପଞ୍ଚାୟତର ବରଡ଼ାସାହି ବାସିନ୍ଦାଙ୍କୁ ପରିଣାମ ଭୋଗିବାକୁ ଧମକ ଦେଇ ଆସୁଥିଲେ। ଗତକାଲି ଏହି ସାହିକୁ ସଂଯୋଗ କରୁଥିବା ରାସ୍ତାର ୪ଟି ସ୍ଥାନରେ ଜେସିବି ଲଗାଇ ୧୦ ଫୁଟ୍ ଓସାରର ରାସ୍ତା ବିଚ୍ଛିନ୍ନ କରି ଦେଇଛନ୍ତି। ଏ ନେଇ ଗ୍ରାମର ମୀନତିରାଣୀ ନାୟକ, ଶରତ ବିଶ୍ବାଳ, ଶାନ୍ତିଲତା ବିଶ୍ବାଳ, ଶାନ୍ତିଲତା ନାୟକ, କମଳା ନାୟକ, ଜାନକୀ ଜେନା, ସରୋଜିନୀ ନାୟକ, ଶ୍ରୀମୟା ନାୟକ, ଗୀତାଞ୍ଜଳି ମହାନ୍ତି ପ୍ରମୁଖଙ୍କ ସହ ଗ୍ରାମର ଅନ୍ୟ ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି। ସେପଟେ ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଏହି ଗ୍ରାମରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ବ ପରିବାର ପୁରୁଷାନୁକ୍ରମେ ଗ୍ରାମକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାସ୍ତାରେ ଯାତାୟାତ କରୁଥିବା ବେଳେ ରାଜେନୈତିକ ଆକ୍ରୋଶରୁ ତାକୁ ତାଡ଼ି ବିଚ୍ଛିନ୍ନ କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe