ସଚିବାଳୟ ଉପରେ ଚକ୍କର କାଟିଲା ପବନ ହଂସ ହେଲିକପ୍ଟର

Advertisment
ସଚିବାଳୟ ଉପରେ ଚକ୍କର କାଟିଲା ପବନ ହଂସ ହେଲିକପ୍ଟର

ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ହେବ। ରାଜ୍ୟ ସଚିବାଳୟ ଉପରେ ଉଡ଼ିଥିଲା ଏକ ହେଲିକପ୍ଟର। ଗୋଟିଏ କି ଦୁଇ ଘେରା ନୁହେଁ। ଲଗାତାର ଭାବେ ୮ରୁ ୧୦ ଥର ଚକ୍କର କାଟିଥିଲା ଏହି ହେଲିକପ୍ଟର। ସଚିବାଳୟ ଉପରେ ହଠାତ୍‌ ଏଭଳି ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରି ନ ଥିଲେ। ହେଲିକପ୍ଟରକୁ ନେଇ ଲୋକଙ୍କ ମଧ୍ୟରେ ବି ନାନା ଆଶଙ୍କା ଖେଳିଯାଇଥିଲା। ଗତ କିଛି ଦିନ ହେଲା ଭୁବନେଶ୍ୱର ଅଶାନ୍ତ ହୋଇପଡ଼ିଥିବାରୁ ସଚିବାଳୟ ଉପରକୁ ଆକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ସମସ୍ତେ ଆକାଶକୁ ଚାହିଁ ରହିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏହି ହେଲିକପ୍ଟର ଚକ୍କର କାଟିବା ପରେ ଉଭାନ ହୋଇଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠିଥିଲା। ତେବେ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଥିଲେ ଯେ ଯେଉଁ ବିମାନଟି ସଚିବାଳୟ ଉପରେ ଉଡ଼ୁଥିଲା ତାହା ଭୁବନେଶ୍ୱର ବିମାନବନ୍ଦରର ପବନ ହଂସ ହେଲିକପ୍ଟର। ଏହା ଏକ ଟେଷ୍ଟ ଫ୍ଲାଇଟ୍‌। ଟ୍ରାଫିକ୍‌ ସମସ୍ୟା ଯୋଗୁଁ କିଛି ସମୟ ଅଟକିଥିଲା। ସମ୍ପୂର୍ଣ୍ଣ ଭୁବନେଶ୍ୱର ‘ନୋ ଫ୍ଲାଇଙ୍ଗ ଜୋନ୍‌’ ନୁହେଁ। ତେଣୁ ଏହି ଉଡ଼ାଣରେ କୌଣସି ସମସ୍ୟା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe