ହେଲିକପ୍ଟର ଉଡ଼ିଲେ ଭଡ଼ା ଦେଲେନି

Advertisment

ପବନ ହଂସ ଉପରେ ୩କୋଟି ୨୬ଲକ୍ଷ ଟଙ୍କା ବାକି

ପବନ ହଂସ ଉପରେ ୩କୋଟି ୨୬ଲକ୍ଷ ଟଙ୍କା ବାକି

ହେଲିକପ୍ଟର ଉଡ଼ିଲେ ଭଡ଼ା ଦେଲେନି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରାଜ୍ୟ ଭିତରେ ବିଭିନ୍ନ ଅଞ୍ଚଳକୁ ଯିବା ପାଇଁ ପବନ ହଂସ ହେଲିକପ୍ଟରରେ ଉଡ଼ିଲେ। ହେଲେ କମ୍ପାନିକୁ ଭଡ଼ା ଟଙ୍କା ମିଳିଲାନି। ଏପରିକି ଗତ ବର୍ଷକ ମଧ୍ୟରେ ହେଲିକପ୍ଟର ଭଡ଼ା ୩କୋଟି ୨୬ଲକ୍ଷ ୫୬ହଜାର ଟଙ୍କା ହୋଇଥିବାବେଳେ କମ୍ପାନିକୁ ଟଙ୍କାଟେ ମିଳିନି। ପବନ ହଂସ କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗକୁ ଭଡ଼ା ଟଙ୍କା ମାଗିବାରୁ ବିଭାଗ କହୁଛି ଆମେ ଦେଇପାରିବୁନି। ଏହି ଭଡ଼ା ଗୃହ ବିଭାଗ ଦେବ। ଏପଟେ ଗୃହ ବିଭାଗ ଭଡ଼ା ଟଙ୍କା ଦେଉନଥିବାରୁ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପରେ ଚିଠି ଲେଖି ଚାଲିଛନ୍ତି। କିନ୍ତୁ କେହି ଶୁଣୁନାହାନ୍ତି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ସଂସ୍ଥା ଭଡ଼ା ବାବଦକୁ ୧କୋଟି ୮୬ଲକ୍ଷ ୩୦ହଜାର ଟଙ୍କା ପାଇବାକୁ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଆହୁରି ୧କୋଟି ୪୦ଲକ୍ଷ ୨୬ହଜାର ଟଙ୍କା ହୋଇଗଲାଣି। ଏପଟେ ସଂସ୍ଥାର ଅଡିଟ୍‌ ସମୟରେ ବକେୟା ଟଙ୍କା କଥା ଉଠିବାରୁ ସଂସ୍ଥା କର୍ତ୍ତୃପକ୍ଷ ତୁରନ୍ତ ଗତ ଆର୍ଥିକ ବର୍ଷର ଭଡ଼ା ଟଙ୍କା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।

ସଂସ୍ଥା ପକ୍ଷରୁ ଲେଖାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ୩କୋଟି ୨୬ଲକ୍ଷ ୫୬ହଜାର ଟଙ୍କା ବାକି ପଡ଼ିଥିବାବେଳେ ଏତେ ବାକିରେ ସେବା ଯୋଗାଇବା ସମ୍ଭବ ନୁହେଁ। ତେଣୁ ଗତ ଆର୍ଥିକ ବର୍ଷରେ ବାକି ଥିବା ୧କୋଟି ୮୬ଲକ୍ଷ ଟଙ୍କା ୩୦ଦିନ ମଧ୍ୟରେ ଦେଲେ ଭବିଷ୍ୟତରେ ଉଡ଼ାଣ ପାଇଁ ହେଲିକପ୍ଟର ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe