ଭାଗବତ ପ୍ରସାଦ ମହାନ୍ତିଙ୍କୁ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି

ଭାଗବତ ପ୍ରସାଦ ମହାନ୍ତିଙ୍କୁ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନରେ ସ୍ବର୍ଗତଃ ମହାନ୍ତିଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି କାହ୍ନୁ ଚରଣ ଲେଙ୍କା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ସମୀର କୁମାର ରାଉତରାୟ, ଗୁରୁପଦ ନନ୍ଦ, ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଧରଣୀଧର ନାୟକ ପ୍ରମୁଖ ନେତା ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳୀୟ ପତାକା ଅର୍ପଣ କରି କହିଥିଲେ, ସ୍ବର୍ଗତଃ ମହାନ୍ତିଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ବିଶେଷକରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ ଶୋକବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ହଳଧର ସେଠୀ, ସୁଶାନ୍ତ ତ୍ରିପାଠୀ, ମାନସ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ବିନୋଦ ରାଉତ ପ୍ରମୁଖ କଂଗ୍ରେସ ନେତା ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe