ମତଦାନ ଅଧିକାର ସାବ୍ୟସ୍ତ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

Advertisment
ମତଦାନ ଅଧିକାର ସାବ୍ୟସ୍ତ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ରାଜ୍ୟର ବହୁ ନାମୀ ଦାମୀ ବ୍ୟକ୍ତି ବିଭିନ୍ନ ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।ପିସିସି ସଭାପତି ନିରଂଜନ ପଟ୍ଟନାୟକ ବି କେନ୍ଦୁଝର ସଦର ନିବର୍ବାଚନ ମଣ୍ଡଳୀର ୨୫୨ ନଂ ବୁଥରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଥର କେନ୍ଦୁଝରର ଘସିପୁରା ଏବଂ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

publive-image

ଏଠାରେ ସୂଚନାଯୋଗ୍ୟ ଯେ ରାମଚନ୍ଦ୍ରପୁରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଗତ ରବିବାର ଦିନ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଦୁଇ ପୁଅଙ୍କ ସମେତ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଗତକାଲି ପିସିସି ସଭାପତିଙ୍କ ସମର୍ଥକମାନେ ଏସଡିପିଓ ଅଫିସ୍ ଘେରାଉ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe