ବ୍ରଜରାଜନଗର ଉପନିର୍ବାଚନରେ ଜିତିବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ: ପିସିସି ସଭାପତି

Advertisment
ବ୍ରଜରାଜନଗର ଉପନିର୍ବାଚନରେ ଜିତିବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ: ପିସିସି ସଭାପତି

twitter.com

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ହୋଇଛି। ଛତିଶଗଡ଼ର କିଛି ମନ୍ତ୍ରୀ ବି ଅଛନ୍ତି ଏଥିରେ। ଜିତିବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ।

ରାହୁଲ ଗାନ୍ଧୀ କହିଲେ ଆପଣ କାହିଁକି ସଭାପତି ରହିବେନି, ମୁଁ କହିଲି ମୋର ସ୍ବାସ୍ଥ୍ୟଗତ କାରଣରୁ ମତେ ଅବ୍ୟାହତି ଦିଅନ୍ତୁ। ଡାକ୍ତର ମତେ କହିଛନ୍ତି ୩-୪ ମାସ ବିଶ୍ରାମ ଦରକାର।

୨୦୨୪ରେ ଦିଲ୍ଲୀରେ ଓ ରାଜ୍ୟରେ କଂଗ୍ରେସ ସରକାରକୁ ଆସିବ। ରାଜସ୍ଥାନ ଉଦୟପୁରରେ ଆସନ୍ତା  ୧୩ରୁ  ୧୫ ତାରିଖ ଯାଏ ହେବାକୁ ଥିବା ଚିନ୍ତନ ଶିବିରରେ ଯୋଗ ଦେବାକୁ ଯିବା ଅବସରରେ ପିସିସି ସଭାପତି ଏହି ସୂଚନା ଦେଇଛନ୍ତି।

ପିସିସି ସଭାପତି  ଆହୁରିକହିଛନ୍ତି, ଶ୍ରୀ ମନ୍ଦିରକୁ ନେଇ ବିଜେଡି ଓ ବିଜେପି ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ରାଜନୀତି କରୁଛନ୍ତି। ଆମେ ସତ୍ୟରେ ଅଛୁ। ସେମାନଙ୍କ ଭଳି ବଳ କଷାକଷି ଆମେ କରୁନୁ। ଏଏସଆଇ କାହିଁକି ବିଳମ୍ବ କଲା ମୁଁ ଜାଣିନି। ତେଣୁ ଆଇନକାନୁନ କରାଯାୟୀ କାମ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe