କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଉଠିପାରେ ପିସିସି ପ୍ରସଙ୍ଗ: ସିଡବ୍ଲୁସି ସଦସ୍ୟ

ନୂଆଁଖାଇ ପାଇଁ ତାରାଙ୍କ ଘରେ ଏକାଠି ହେଲେ କଂଗ୍ରେସ ନେତା

ପିସିସିର ନୂତନ ସୋସିଆଲ ମିଡିଆ କମିଟି

The Sentinel

ଭୁବନେଶ୍ୱର : ଆସନ୍ତାକାଲି ଦିଲ୍ଲୀରେ ଅଖିଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ (ସିଡବ୍ଲୁସି) ବୈଠକ ଅନୁଷ୍ଠିତ ହେବ। କଂଗ୍ରେସର ସଂଗଠନକୁ ମଜବୁତ କରିବା ପାଇଁ ଆଲୋଚନା ହେବ। ଏହାସହିତ ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ ସମ୍ପର୍କରେ ଆଲୋଚନା ହୋଇପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସିଡବ୍ଲୁସି ସଦସ୍ୟ ରାମ ଚନ୍ଦ୍ର ଖୁଣ୍ଟିଆ। ଅନ୍ୟପଟେ ଆଜି ପବିତ୍ର ନୂଆଁଖାଇ ଅବସରରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରୀ ବାସଭବନରେ ୬ ଜଣ ନେତାଙ୍କୁ ଏକାଠି ବସିଥିବା ଦେଖିବାକୁ ମିଳିଛି।

ସିଡବ୍ଲୁସି ବୈଠକରେ ପ୍ରଦେଶସଗୁଡ଼ିକର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ଥିବାରୁ ପୁଣି ଥରେ ଓଡ଼ିଶାରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏ ନେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ପିସିସି ପରିବର୍ତ୍ତନ ନେଇ ବୈଠକରେ କୌଣସି ଆଲୋଚନା ହେବାର ନାହିଁ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ କରିବା କ୍ଷମତା କେବଳ ଏଆଇସିସି ଅଧ୍ୟକ୍ଷଙ୍କର ରହିଛି। ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ, ସେ କୌଣସି ପ୍ରକାରେ ନେତୃତ୍ବ ପରିବର୍ତ୍ତନ ଲବିରେ ନାହାନ୍ତି। ନୂଆଁଖାଇରେ ହସଖୁସି କରିବାକୁ ସେମାନେ ଏକାଠି ବସିଛନ୍ତି। ତାରାଙ୍କ ଘରେ ଏକାଠି ହୋଇଥିବା ଅନ୍ୟ ନେତାମାନେ ହେଲେ କଂଗ୍ରେସ ବିଧାୟକ ରମେଶ ଜେନା, କଂଗ୍ରେସ ନେତା ବାପି ସର୍ଖେଲ୍‌, ସଂଗ୍ରାମ ଜେନା, ମାନସ ଚୌଧୁରୀ ଓ ସତ୍ୟ ପ୍ରକାଶ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe