ଧାନ କିଣା ଅବଧିକୁ ଆଉ ୧୫ଦିନ ବୃଦ୍ଧି କରିବାକୁ ପିସିସି କିଷାନ କଂଗ୍ରେସର ଦାବି

ବରଗଡ଼ ଧାନ ଯାଇଛି ଛତିଶଗଡ଼!

ଭୁବନେଶ୍ବର : ରାଜ୍ୟରେ ସରକାରଙ୍କ ଧାନକ୍ରୟ ବ୍ୟବସ୍ଥା ଫେଲ୍‌ ମାରିଛି। ସରକାର ଧାନ କିଣିବା ପରିବର୍ତ୍ତେ ମିଲରମାନେ ମନ ଇଚ୍ଛାରେ ଚାଷୀଙ୍କଠାରୁ ଧାର୍ଯ୍ୟ ଦରଠାରୁ କମ୍ ମୂଲ୍ୟରେ ଧାନ କିଣୁଛନ୍ତି। ଧାନ ବିକ୍ରି କରିବା ପାଇଁ ଆଜି ବା ଜୁନ୍ ୩୦ ତାରିଖ ହେଉଛି ଶେଷ ଦିନ। ମାତ୍ର ଚାଷୀଙ୍କଠାରୁ ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇନାହିଁ। ତେଣୁ ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଆଉ ୧୫ଦିନ ବୃଦ୍ଧି କରିବା ପାଇଁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ପିସିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, କଟ୍‌ନି ଛଟ୍‌ନି ଓ ଦଲାଲ ରାଜ ପାଇଁ ଚାଷୀଙ୍କଠାରୁ ମହଜୁଦ ଥିବା ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇନାହିଁ। ତେଣୁ ରାଜ୍ୟ ସରକାର ବଳକା ଧାନ କିଣିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। କିଷାନ କଂଗ୍ରେସ ନେତା ନରେନ୍ଦ୍ର ପଣ୍ଡା, ସ୍ବପ୍ନେଶ୍ବର ପୃଷ୍ଟି, ଦୟା ସାଗର ମେଣ୍ଡଲୀ ଓ ଅନ୍ୟମାନେ ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe