ପିସିସି କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ବୈଠକ: ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଟାସ୍କଫୋର୍ସ କମିଟି

Advertisment

ଓଡ଼ିଶା‌ରେ ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। କୃଷି ଓ କୃଷକର ପ୍ରଗତି ନ ହେଲେ ରାଜ୍ୟରେ ପ୍ରଗତି ଅସମ୍ଭବ। ତେଣୁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତିର ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ଟସ୍କଫୋର୍ସ କମିଟି ଗଠନ କରାଯିବ।

ଓଡ଼ିଶା‌ରେ ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। କୃଷି ଓ କୃଷକର ପ୍ରଗତି ନ ହେଲେ ରାଜ୍ୟରେ ପ୍ରଗତି ଅସମ୍ଭବ। ତେଣୁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତିର ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ଟସ୍କଫୋର୍ସ କମିଟି ଗଠନ କରାଯିବ।

ssdsdcd

ଭୁବନେଶ୍ବର: ଓଡ଼ିଶା‌ରେ ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। କୃଷି ଓ କୃଷକର ପ୍ରଗତି ନ ହେଲେ ରାଜ୍ୟରେ ପ୍ରଗତି ଅସମ୍ଭବ। ତେଣୁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତିର ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ଟସ୍କଫୋର୍ସ କମିଟି ଗଠନ କରାଯିବ। ଏହି କମିଟି ତୃଣମୂଳସ୍ତରରେ ଚାଷୀଙ୍କ ସ୍ଥିତି ସଂପର୍କିତ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟକୁ ଏକ ପ୍ରଗତିଶୀଳ କୃଷି ରାଜ୍ୟରେ ପରିଣତ କରିବା ପାଇଁ ଦଳ ପକ୍ଷରୁ ଏକ ସଶକ୍ତ କୃଷି ନୀତି ପ୍ରଣୟନ କରାଯିବ ବୋଲି ପିସିସି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ କିଷାନ ଚିନ୍ତନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ଆଜି କଂଗ୍ରେସ ଭବନରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଲେ, ଚାଷୀଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଯେଉଁ ଭଳି ଭାବରେ ବୈମାତୃକ ମନୋଭାବ ପୋଷଣ କରାଯାଉଛି ଏହା ରାଜ୍ୟର ପ୍ରଗତି ପାଇଁ ଶୁଭଙ୍କର ନୁହେଁ। ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଲାଗି ଖୁବଶୀଘ୍ର ଏକ ଟାକ୍ସଫୋର୍ସ କମିଟି ଗଠନ ହେବ। ଏହାସହ କିଷାନ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକ କ୍ରିୟାଶୀଳ କରାଯାଇ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ। 

ଓଡ଼ିଶା କିଷାନ କଂଗ୍ରେସ ପ୍ରଭାରୀ ଚେରୁକ ଶ୍ରୀନିବାସ ରେଡ୍ଡି କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଓ ମୋଦୀ ସରକାରର ଚାଷୀଙ୍କ ପ୍ରତି ଉଦା‌ସୀନତା‌ ବିରୋଧରେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଚିନ୍ତନ ବୈଠକରେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବ୍ଲକ୍, ପଞ୍ଚାୟତ ଓ ଜିଲ୍ଲା ୟୁନିଟ୍‌କୁ ସକ୍ରିୟ କରାଯିବ। ଉଭୟ ସରକାରଙ୍କ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପାଇଁ ୪ଟି ଜୋନ୍‌ରେ କିଷାନ ସମାବେଶ କରାଯିବ। ପ୍ରତିବର୍ଷ ଅକ୍ଷୟ ତୃତୀୟାରେ କିଷାନ କଂଗ୍ରେସ ପକ୍ଷରୁ କିଛି କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷ ରାଜ୍ୟ ସ୍ତରରେ ଏହି କାର୍ଯ୍ୟକ୍ରମକୁ କରିବା ଲାଗି ନିଷ୍ପତ୍ତି ହୋଇଛି। କଟ୍‌ନୀ ଛଟ୍‌ନୀ ସଂପୂର୍ଣ୍ଣ ବନ୍ଦ କରିବା ସହ ସ୍ୱାମୀନାଥନ କମିଟିଙ୍କ ସୁପାରିସ ଆଧାରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବୃଦ୍ଧି ଓ ଏମଏସପିର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ ଦାବି ହୋଇଛି। ବୈଠକରେ ସାନନ୍ଦ ମିଶ୍ର, ସରୋଜ ରଥ, ଦାଶରଥୀ ସାହୁ, ଗୋବିନ୍ଦ ମିଶ୍ର, ନରେନ୍ଦ୍ର ପଣ୍ଡା, ସ୍ୱପ୍ନେଶ୍ୱର ପୃଷ୍ଟି, ଧ୍ରୁବଚରଣ ପରିଡ଼ା, ନୂତନ ତ୍ରିପାଠୀ, ବିପ୍ରବର ସାହୁ, ଗୁଣନିଧି ସାହୁ, ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ସାହୁ, ପଦ୍ମଚରଣ ସାହୁ, ଶ୍ୟାମସୁନ୍ଦର ଡୋରା, ସୁରେନ୍ଦ୍ର ନାଥ ସାହୁ, ତୁଷାରକାନ୍ତ ନାୟକ, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଅରୁଣ କୁମାର ଜେନା, ପ୍ରସନ୍ନ ଧଳ, ଦେବେନ୍ଦ୍ର କୁମାର ରାଓ, ଗଙ୍ଗାରାମ ଆଚାରୀଙ୍କ ସମେତ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe