ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା

ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେକ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ବର୍ଗତ ମତଲୁବ ବାବୁ କଂଗ୍ରେସର ଜଣେ ଦୃଢ଼ ସଂଗଠକ ଓ ଅତ୍ୟନ୍ତ ଭଦ୍ର ସ୍ବଭାବର ବ୍ୟକ୍ତି ଥିଲେ। ଜଣେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହି ନିଜ କର୍ତ୍ତବ୍ୟକୁ ସୁଚାରରୂପେ ନିର୍ବାହ କରିଥିଲେ। ସାହିତ୍ୟ କ୍ଷେତ୍ରରେ ବି ତାଙ୍କର ଯେତିକି ପାରଦର୍ଶିତା ଥିଲା, ଜଣେ ସୁବକ୍ତା ଭାବରେ ମଧ୍ୟ ତାଙ୍କର ସେତିକି ଖ୍ୟାତି ଥିଲା। ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ବର୍ଗତଃ ଅଲ୍ଲୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ପିସିସି ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଥିଲା।

publive-image

ଶୋକସଭା ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ଅଲ୍ଲୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସଭାରେ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମ ଚନ୍ଦ୍ର ଖୁଣ୍ଟିଆ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ପଞ୍ଜାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଶରତ ରାଉତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe