ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଏଆଇସିସି ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଓ ପିସିସି କାର୍ଯ୍ୟାଳୟରେ ଦଳୀୟ ପତାକାକୁ ୩ ଦିନ ନିମନ୍ତେ ଅର୍ଦ୍ଧନମିତ କରାଯାଇଛି। ଆଜି ଅପରାହ୍ନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅହମଦ ପଟେଲଙ୍କ ମୃତ୍ୟୁ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସର ଶକ୍ତି ବୃଦ୍ଧିରେ ଦିଗ୍ଦର୍ଶନ ଦେଇ ଆସୁଥିଲେ। ସେ ବିଭିନ୍ନ ସମୟରେ ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସଂଗଠନକୁ ଦୃଢ଼ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, କଂଗ୍ରେସ ନେତା ଶିବାନନ୍ଦ ରାୟ, ବିପିନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ ଦାସ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ହଳଧର ସେଠୀ, ରଜନୀ ମହାନ୍ତି, ଶ୍ରୀନାଥ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ଶୈଳେନ୍ଦୁ ମଜୁମ୍ଦାର, ମୋହନ ଜେନା, ବିଶ୍ବଭୂଷଣ ଦାସ, ଦୀପକ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୂର୍ଯ୍ୟ ନାରୟଣ ପଣ୍ଡା, ରାଜୀବ ପଟ୍ଟନାୟକ, ଉମାଶଙ୍କର ସାହୁ, ଖଗେଶ୍ବର ମଲ୍ଲିକ, ଏମ୍ ଡି ଶାହାଦୁଲ୍ଲା, ମନୋଜ ସାହୁ ଓ କହ୍ନେଇ ସେଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଅହମଦ ପଟେଲଙ୍କୁ ପିସିସିର ଶ୍ରଦ୍ଧାଞ୍ଜଳି
Advertisment
Follow Us