ମାସ୍କ୍‌ ନ ପିନ୍ଧିଲେ ଜରିମାନା ଆଦାୟ ଠିକ୍‌ ନୁହଁ: ପିସିସି ସଭାପତି

ତାଲାବନ୍ଦରେ ଗରିବଙ୍କ ପ୍ରତି ଅଧିକ ଦୃଷ୍ଟି ଦିଅନ୍ତୁ ସରକାର, ଚାଷୀଙ୍କ ଋଣ ଛାଡ଼ ନେଇ ନିଷ୍ପତ୍ତି ନିଅନ୍ତୁ

ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ ଫରକ ନାହିଁ: ନିରଞ୍ଜନ

photo by : newindianexpress.com

ଭୁବନେଶ୍ବର : ମାସ୍କ୍‌ ନ ପିନ୍ଧିଲେ ସରକାର ଯେଉଁ ଜରିମାନା ବ୍ୟବସ୍ଥା କରିଛନ୍ତି ତାହା ଠିକ୍‌ ନୁହେଁ। ଏହାକୁ ନେଇ ଗାଁର ଗରିବ ଲୋକେ ପ୍ରତିକ୍ରିୟାଶୀଳ ହେବେ। ଗୋଟିଏ ପଟେ ତାଲାବନ୍ଦ ଯୋଗୁଁ ଲୋକେ ବେରୋଜଗାର ଅଛନ୍ତି। ଅନ୍ୟପଟେ ମାସ୍କ୍‌ ବ୍ୟବହାର ନ କଲେ ଜରିମାନା ଗଣିବା ସେମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହେବ। ମାସ୍କ୍‌ ଯୋଗାଇବା ପାଇଁ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛନ୍ତି। ସେମାନଙ୍କୁ ସରକାର ଅପିଲ କରିବା ଦରକାର। ବହୁ ବଦାନ୍ୟ ବ୍ୟକ୍ତି ମଧ୍ୟ ମାସ୍କ୍ ଯୋଗାଇବାକୁ ପ୍ରସ୍ତୁତ ଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ରାଜ୍ୟ ସରକାରଙ୍କ ତାଲାବାନ୍ଦ ଅବଧି ବୃଦ୍ଧି କରିବା ନିଷ୍ପତ୍ତିକୁ ପ୍ରଦେଶ କଂଗ୍ରେସ ସ୍ବାଗତ କରିଛି। ଶ୍ରୀ ପଟ୍ଟନାୟକ କହିଥିଲେ, କୋଭିଡ୍‌-୧୯ ପାଇଁ ତାଲାବନ୍ଦ ଅବଧି ବୃଦ୍ଧି କରିବା ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ଗୋଟିଏ ପ୍ରକାର ପ୍ରତିଯୋଗିତା ଚାଲିିଛି। ଅବଧି ବୃଦ୍ଧି କରିବା ନେଇ ପ୍ରଧାନମନ୍ତ୍ରୀ ୧୧ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଗତକାଲି କୁହାଗଲା। ଅଥଚ ଆଜି ରାଜ୍ୟ ସରକାର ଆଗୁଆ ଆଉ ୧୫ ଦିନ ଅବଧ ବଢ଼ାଇଲେ। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଯାହା ବି କଡ଼ା ପଦକ୍ଷେପ ନେବେ ତାକୁ ଲୋକମାନେ ପାଳନ କରିବେ। କିନ୍ତୁ ବିଗତ ୧୫ ଦିନରୁ ତାଲାବନ୍ଦ ଅନୁଭୁତିରୁ ରାଜ୍ୟ ସରକାର କିଛି ଶିଖିବା ଦରକାର। ପୂର୍ବରୁ ଗରିବଙ୍କ ପାଇଁ ସରକାର ଯାହାସବୁ ଘୋଷଣା କରିଥିଲେ, ସେସବୁ ଶତପ୍ରତିଶତ କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ। ଆସନ୍ତା ୧୫ ଦିନରେ ଯେପରି ଗରିବ ଲୋକମାନଙ୍କର କିଛି ବି ଅସୁବିଧା ନ ହେବ ସେଥିପାଇଁ ସରକାର ଅଧିକ ସତର୍କତାର ସହ କାର୍ଯ୍ୟ କରିବା ଦରକାର। ପିସିସି ସଭାପତି ସରକାରଙ୍କୁ ଚେତେଇ ଦେଇ କହିଥିଲେ, ତାଲାବନ୍ଦ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆଉ ଅଳ୍ପଦିନ ପରେ ଖରିଫ ଋତୁ ଆରମ୍ଭ ହେବାକୁ ଯାଉଛି। ଖରିଫ ଋତୁ ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କ ପିଛିଲା ଋଣ ଛାଡ଼ ଉପରେ ସରକାର ନିଷ୍ପତ୍ତି ନେବା ଉଚିତ୍‌। ଏହାସହିତ ବିହନ, ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କ ଗୋ ଖାଦ୍ୟ, ମାଛ, କୁକୁଡ଼ା ଓ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଏବେଠାରୁ ସରକାର ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe