ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କଲେ ପିସିସି ସଭାପତି

Advertisment
ହଥରାସ୍‌ ଗଣଦୁଷ୍କର୍ମ ମାମଲା : ରାସ୍ତା ଉପରେ ରାହୁଲଙ୍କୁ ୟୁପି ପୁଲିସର ଠେଲାପେଲା

Gulf News

ଭୁବନେଶ୍ୱର : ଉତ୍ତରପ୍ରଦେଶର ହାଥରସ୍‌ ଦଳିତ ନାବାଳିକା ଦୁଷ୍କର୍ମ ଘଟଣାରେ ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ଘଟଣାକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଏପରି ବର୍ବୋରଚିତ ଘଟଣା ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ହୀନ ମାନସିକତାର ଜ୍ବଳନ୍ତ ଉଦାହରଣ। ଏହା ଗଣତନ୍ତ୍ର ବିରୋଧୀ। ସମ୍ବିଧାନ ଓ ଗଣତନ୍ତ୍ର ମୂଲ୍ୟବୋଧ ପ୍ରତି ଏହା ଚରମ କୁଠାରଘାତ। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ନିଜ ପଦରୁ ଇସ୍ତଫା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ରାହୁଲଜୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କୋଟି କୋଟି କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି। ବିଜେପି ସରକାରଙ୍କ ଏପରି ମନୋଭାବକୁ ଚିହ୍ନି ଜନସାଧାରଣ ତୀବ୍ର ବିରୋଧ କରିବାର ସମୟ ଆସିଛି ବୋଲି ପିସିସି ସଭାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe