ନୂଆଦିଲ୍ଲୀ: ୨୦୧୫ ମସିହା ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍)କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍କୁ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ଇସ୍ପାତ ଜେନେରାଲ ହସ୍ପିଟାଲକୁ (ଆଇଜିଏଚ୍) ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ କାର୍ଯ୍ୟାଳୟରେ ଥିବା ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୨୦, ୨୦, ୫୦୪ ଟଙ୍କା କଂଗ୍ରେସ ଜମା କରିଛି।
ତେବେ ଏହି ଅର୍ଥ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରିବା ପରେ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ଆଦାୟ କରାଯାଇଥିଲା। ଆଇଜିଏଚ୍କୁ ସୁପରସ୍ପେଶାଲିଟି କରିବାକୁ ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ସମୟ ନଦେବାରୁ କଂଗ୍ରେସ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଏହି ଟଙ୍କା ଜମା କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଏହି ଟଙ୍କା ନିରଞ୍ଜନ ପଟ୍ଟନାୟକ ଅନ୍ଲାଇନ୍ରୁ ସଂଗ୍ରହ କରିଛନ୍ତି, ଯେତେବେଳେ ମୁକ୍ତିକାନ୍ତ ବିଶ୍ୱାଳ ଓଡ଼ିଶାରୁ ଦିଲ୍ଲୀ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଉରକେଲାସ୍ଥିତ ଆଇଜିଏଚ୍କୁ ସୁପରସ୍ପେଶାଲିଟି କରିବା କାର୍ଯ୍ୟ ପୂରଣ ପାଇଁ ଦାବି କରିଥିଲେ।
Follow Us