ଫନି ସହାୟତା ଏ ଯାଏଁ ମିଳିନି: ପିସିସି ସଭାପତି

Advertisment

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବେଳେ ଅନ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଉନି

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବେଳେ ଅନ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଉନି

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ : ପିସିସି ସଭାପତି

photo--india com

ଭୁବନେଶ୍ବର: ଅମ୍ଫାନ୍‌ ବାତ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ଆଜି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଗତବର୍ଷ ଫନିର ସହାୟତା ଏଯାଏଁ ବି ଲୋକ ପାଇଲେନି। ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଏ ରାଜ୍ୟ ସରକାର ଦାବି କରୁଥିବାବେଳେ ବାତ୍ୟାଯୋଗୁଁ ଉପକୂଳ ଅଞ୍ଚଳରେ ଶହ ଶହ ସଂଖ୍ୟାରେ କଚ୍ଚା ଘର ନଷ୍ଟ ହେବା ସାମନାକୁ ଆସୁଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏପରି ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଅମ୍ଫାନ୍‌ କ୍ଷତିଗ୍ରସ୍ତଙ୍କ ପାଇଁ ଘୋଷିତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଅମ୍ଫାନ୍‌ ବାତ୍ୟା ପାଇଁ ରାଜ୍ୟ ସରକାର କେତେ ଆର୍ଥିକ ସହାୟତା ଦାବି ଲେ ସେ କଥା କାହାକୁ ଜଣାନାହିଁ। ବାତ୍ୟାକୁ ମୁକାବିଲା କରିବାରେ ରାଜ୍ୟବାସୀ ଅଭ୍ୟସ୍ତ ହେଲେଣି। ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ବାତ୍ୟାଯୋଗୁଁ ଚାଷୀମାନେ ବହୁତ କ୍ଷତି ସହିଲେଣି। ତାଲାବନ୍ଦ ଦେବା ଦିନଠାରୁ ରାଜ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା କ୍ଷତି ସହିଲାଣି। କେନ୍ଦ୍ର ମଧ୍ୟ ରାଜ୍ୟର ଟିକସ ଅଂଶଧନ କମାଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବେଳେ ରାଜ୍ୟର ଅନ୍ୟମନ୍ତ୍ରୀମାନଙ୍କୁ ସାମିଲ କରାଯାଉନି। ଏ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୯୯୯ ମସିହା ମହାବାତ୍ୟା ବେଳେ ସେ ରାଜ୍ୟର ମନ୍ତ୍ରୀ ଥିଲେ। ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଆସିଥିଲେ। ରାଜଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗଵାରୀ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ରଖିଥିଲେ। କିନ୍ତୁ ଆଜିର ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ କେବଳ କିଛି ଅଧିକାରୀଙ୍କୁ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe