ଆଜିଠାରୁ ୪ ଦିନିଆ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରିବେ ପିସିସି ସଭାପତି

Advertisment
ଆଜିଠାରୁ ୪ ଦିନିଆ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରିବେ ପିସିସି ସଭାପତି

ଭୁବନେଶ୍ବର : ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଜନସାଧାରଣଙ୍କୁ ଭେଟିବା ସହ ସେମାନଙ୍କର ଦୁଃଖ ବୁଝିବା ପାଇଁ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଗସ୍ତ କରିବେ।

ଏହି ଉଦ୍ଦେଶ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ୧୦ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। କମିଟିରେ ପାରଳାଖେମୁଣ୍ତି ବିଧାୟକ କେ.ସୁରିଆ ରାଓ, ପୂର୍ବତନ ବିଧାୟକ ରମେଶ ଜେନା, କଂଗ୍ରେସ ନେତା ଦୁର୍ଗାପ୍ରସାଦ ପଣ୍ତା, ପୁରୁଷୋତ୍ତମ ଗମାଙ୍ଗୋ, ତିରୁପତି ପାଣିଗ୍ରାହୀ, ସଦନ ନାୟକ, ତ୍ରିନାଥ ବେହେରା, ବିଭୂତି ପାତ୍ର, ଆପାଲାସ୍ବାମୀ କାଡ୍ରାକା ସଦସ୍ୟ ରହିଛନ୍ତି। ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କୁ କମିଟିର ସ˚ଯୋଜକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe