ଆଜି ଭଦ୍ରକ ଓ ବାଲେଶ୍ବର ଗସ୍ତ କରିବ ପିସିସି 'ୟାସ୍‌' ଟାସ୍କ୍‌ଫୋର୍ସ କମିଟି

Advertisment
ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ କଂଗ୍ରେସର 'ୟାସ୍‌' ବାତ୍ୟା ପାଇଁ ଗଠିତ ରାଜ୍ୟସ୍ତରୀୟ ଟାସ୍କ୍‌ଫୋର୍ସ୍‌ କମିଟି ୩ ଦିନିଆ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଗସ୍ତ କରିବ।

ପିସିସି ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାର ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୮ଟାରୁ କମିଟି ଭୁବନେଶ୍ବରରୁ ବାହାରି ଦିନ ୧୦ଟା ୩୦ ମିନିଟରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବ। ସେଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସର ଟାସ୍କ୍‌ ଫୋର୍ସ୍‌ ସଂଯୋଜକ ଓ ସଦସ୍ୟମାନେ ବାସୁଦେବପୁର ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତକରିବେ। ଭଦକ୍ର ଜିଲ୍ଲା ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷଙ୍କ ସମେତ ସଦସ୍ୟମାନେ ବାଲେଶ୍ବରଠାରେ ରାତ୍ରିଯାପନ କରିବେ। ପରଦିନ ଅର୍ଥାତ୍‌ ମେ, ୨୯ ତାରିଖ ଶନିବାର ଦିନ ବାଲେଶ୍ବର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ ଓ ସଦସ୍ୟମାନଙ୍କ ସହିତ ରାଜ୍ୟସ୍ତରୀୟ କମିଟି 'ୟାସ୍‌' ପ୍ରଭାବିତ ଅଞ୍ଚଳ ଗସ୍ତକରି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବ।

ପିସିସି କାର୍ଯ୍ୟକାରୀ ସଭାପତି ତଥା ଟାସ୍କ୍‌ ଫୋର୍ସ କମିଟି ଅଧକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଶମ୍ଭୁ ପାଣିଗ୍ରାହୀ, ବିଶ୍ବଭୂଷଣ ଦାସ, ପଦ୍ମାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ସଦସ୍ୟଭାବେ ଗସ୍ତରେ ସାମିଲ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe