ପିସିଆର ଭ୍ୟାନ ଉପରେ ଆକ୍ରମଣ ମାମଲା, ୩ ଗିରଫ

Advertisment
ପିସିଆର ଭ୍ୟାନ ଉପରେ ଆକ୍ରମଣ ମାମଲା, ୩ ଗିରଫ

Worldorgs.com

ଯାଜପୁରଟାଉନ/ସଦର: ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ଉପଖଣ୍ଡ ମଣିକର୍ଣ୍ଣିକା ମେଳାରେ ପିସିଆର ଭ୍ୟାନକୁ ଜୁଆଡ଼ିଙ୍କ ଆକ୍ରମଣ ଘଟଣାରେ ସଦର ଥାନା ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲଣ କରିଛି। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆକ୍ରମଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି।

ଗତ ୧୪ ତାରିଖ ବିଷୁବ ସଂକ୍ରାନ୍ତିଠାରୁ କପିଳେଶ୍ୱର ସ୍ଥିତ ମଣିକର୍ଣ୍ଣିକା ପୀଠରେ ୩ ଦିନିଆ ମେଳା ଆରମ୍ଭ ହୋଇଥିଲା। ପ୍ରଥମଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦିନତମାମ ମେଳା ପଡ଼ିଆରେ ଥିଲେ। ମେଳାରେ ଜୁଆ ଖେଳ ହେଉଥିବା ସୂଚନା ପାଇ ପିସିଆର ଭ୍ୟାନରେ କିଛି ପୁଲିସ୍ ସେଠାରେ ପହଞ୍ଚିଥିଲେ। ପୁଲିସ୍‌କୁ ଦେଖି ଜୁଆଡ଼ିମାନେ ଦୌଡ଼ି ପଳାଇଥିଲେ। ସେଠାରୁ କିଛି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ପୁଲିସ୍ ଫେରୁଥିବାବେଳେ ଜୁଆଡ଼ିମାନେ ପିସିଆର ଭ୍ୟାନ୍‌କୁ ଅଟକାଇଥିଲେ।

ଜବତ ସାମଗ୍ରୀ ଫେରାଇବାକୁ ଦାବି କରିବା ସହ ଭ୍ୟାନ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ ପିସିଆର ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏ ଘଟଣା ଜଣାପଡ଼ିବା ପରେ ମଣିକର୍ଣ୍ଣିକା ମେଳା କମିଟି ଅବଶିଷ୍ଟ ୨ଦିନର ମେଳାକୁ ସମ୍ପୂର୍ଣ୍ଣଭାବେ ବାତିଲ୍ କରିଥିଲେ। ଏହାକୁ ନେଇ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ଯାଜପୁର ସଦର ଥାନା ପୁଲିସ୍ ନଂ. ୧୨୩/୨୨ରେ ମାମଲା ରୁଜୁ କରି ଚଳିତ ମାସ ୧୫ ତାରିଖ ବିଳମ୍ବିତ ରାତ୍ରିରେ ସ୍ଥାନୀୟ ମିରଚାନ୍ଦପୁର ଅଞ୍ଚଳରେ ଚଢ଼ଉ କରିଥିଲା। ସେଠାରୁ ଅଭିଯୁକ୍ତ ପେଟା ଯେନା, ସନା ଯେନା ଓ ଦିଲୁ ବେହେରାଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe