ପିଡିଏସ୍‌ ଚାଉଳ ପାଇଁ ଠେଲାପେଲା: ଯୁବକର ଧକ୍କାରେ ବୃଦ୍ଧ ମୃତ

Advertisment

ହତ୍ୟା ମାମଲା ରୁଜୁ, ଅଭିଯୁକ୍ତ ଅଟକ

ହତ୍ୟା ମାମଲା ରୁଜୁ, ଅଭିଯୁକ୍ତ ଅଟକ

ବୃଦ୍ଧ ବାପାର ଠେଙ୍ଗା ମାଡ଼ରେ ପୁଅ ମୃତ

ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ୍‌ ଅନ୍ତର୍ଗତ ଏସ୍‌. ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କିକିଆ ଚାଉଳ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା  ଲୋକଙ୍କ ଭିତରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ଏହି ସମୟରେ ଜଣେ ଯୁବକ ଉତ୍ତେଜିତ ହୋଇ ଠେଲିଦେବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରି ସମ୍ପୃକ୍ତ ଯୁବକକୁ ଅଟକ ରଖିଥିବା ଜଣାପଡ଼ିଛି। ମୃତ ବୃଦ୍ଧ ହେଉଛନ୍ତି ସ୍ଥାନୀୟ ପ୍ରତାପପୁର ଗ୍ରାମର କିଶୋର ପାଣିଗ୍ରାହୀ(୭୦)। ସୂଚନା ଅନୁସାରେ, ଆଜି  ଏସ୍‌.ଗୋପାଳପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ହିତାଧିକାରୀଙ୍କୁ ଟଙ୍କିଆ ଚାଉଳ ଦିଆଯାଉଥିଲା। ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବା ଲାଗି ଯୋଗାଣ ସହାୟକ ଓ ପିଅନ ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ବ ଗୋଦାମ ଖୋଲିଥିଲେ। ଚାଉଳ ନେବା ଲାଗି ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ବରେ ରହିଥିବା ଗୋଦାମଗୃହ ନିକଟରେ ହିତାଧିକାରୀଙ୍କ ଭିଡ଼ ଜମିଥିଲା। ହିତାଧିକାରୀମାନେ ଲମ୍ବା ଧାଡ଼ିରେ ଛିଡା ହୋଇଥିଲେ। କାର୍ଡ ଯିଏ ଆଗ ଦାଖଲ କରିବ ସିଏ ଆଗ ଚାଉଳ ପାଇବ ସେହି ବ୍ୟବସ୍ଥା ଅନୁଯାୟୀ ଚାଉଳ ଦିଆଯାଉଥିଲା। ଫଳରେ, କାର୍ଡ ଦାଖଲ ପାଇଁ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା। ଠେଲାପେଲା ସମୟରେ ଧାଡ଼ିରେ କିଶୋରଙ୍କ  ଆଗରେ ସେହି ଗ୍ରାମର ହରିହର ସ୍ବାଇଁ(ଫିଲୁ )  ଛିଡ଼ା ହୋଇଥିଲେ। ଏହି ଠେଲାପେଲାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ହରିହର ଉତ୍‌କ୍ଷିପ୍ତ ହୋଇ କିଶୋରଙ୍କୁ ଠେଲି ଦେବାରୁ ସେ ତଳେ ପଡି ଯାଇଥିଲେ। କିଶୋରଙ୍କ ମୁଣ୍ତକୁ ଶକ୍ତ ଆଘାତ ଲାଗିଥିଲା। ଫଳରେ,  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କିଶୋରଙ୍କ ଜ୍ବାଇଁ ସୀମାଞ୍ଚଳ ପାଢୀଙ୍କ ଲିଖିତ ଅଭିଯୋଗ କ୍ରମେ ପାଟପୁର ଥାନା ପୁଲିସ ୩୦୨ ଦଫାରେ  ୬୫/୧୯ରେ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଖସି ପଳାଇଥିବା ଅଭିଯୁକ୍ତ ହରିହର ସ୍ବାଇଁଙ୍କୁ ପାଟପୁର ଥାନା ଅଧିକାରୀ ରମେଶ ପ୍ରଧାନ କୌଶଳ କ୍ରମେ ଧରି ଆଣି ପଚରାଉଚରା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe