ଥମୁନି ଚାଉଳ ଦୁର୍ନୀତି: ୨୦୦ରୁ ଊର୍ଦ୍ଧ୍ବ ଗରିବଙ୍କ ୩ କିସ୍ତିର ଖାଦ୍ୟ ଲୁଟ୍! ଧାରଣାରେ ବସିଲେ ହିତାଧିକାରୀ 

Advertisment
ଥମୁନି ଚାଉଳ ଦୁର୍ନୀତି: ୨୦୦ରୁ ଊର୍ଦ୍ଧ୍ବ ଗରିବଙ୍କ ୩ କିସ୍ତିର ଖାଦ୍ୟ ଲୁଟ୍! ଧାରଣାରେ ବସିଲେ ହିତାଧିକାରୀ 
ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର: କେହି ଭୋକରେ ରହିବେ ନାହିଁ। ସରକାର ଖଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରିବା ସହ ବିଭିନ୍ନ ସମୟରେ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗରିବଙ୍କ ଖାଦ୍ୟ ଶସ୍ୟ ପ୍ରଦାନରେ ବାରମ୍ବାର ଅନିୟମିତତା ଦେଖାଯାଉଥିଲେ ମଧ୍ୟ କାହାକୁ ଦୁଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହି ବ୍ଲକରେ ବାରମ୍ବାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଦେଖାଦେଇଛି । ଏବେ ତେନ୍ତୁଳିଖୁଣ୍ଟି ବ୍ଲକରେ ପୁଣି ୨୦୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ୩ ଟି କିସ୍ତିର ଚାଉଳ ଦିଆ ନଯାଇ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି।
ଗତ ଛଅ ମାସ ପୂର୍ବେ ଅମ୍ମଳାଭଟ୍ଟା ପଂଚାୟତର ୧୫୦୪ ହିତାଧିକାରୀଙ୍କ ଚାରି ମାସର ୮୬୪ କୁଇଣ୍ଟାଲ ଚାଉଳ ହୋଇଥିଲେ ମଧ୍ୟ ଏଯାଏଁ ମିଳିପାରିନି ହଡପ ଚାଉଳ। ଏବେ ପୁଣି ଅଞ୍ଚଳଗୁମ୍ମା ପଞ୍ଚାୟତର ହିର୍ମିମୁଣ୍ଡା ଗ୍ରାମରେ ଦେଖାଦେଇଛି ପିଡ଼ିଏସ ଚାଉଳ ଦୁର୍ନୀତି। ଉକ୍ତ ପଞ୍ଚାୟତର ୩ଟି ୱାର୍ଡର ୨୦୦ ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ନଭେମ୍ବର ଓ ଡିସେମ୍ବର ମାସର ମାଗଣା ଚାଉଳ ଓ ଗୋଟିଏ ମାସର ଟଙ୍କିକିଆ ଚାଉଳ ଏପରି ତିନି କିସ୍ତିର ଚାଉଳ ପାଇନାହାନ୍ତି ହିତାଧିକାରୀ।  ଆଜି ଚାଉଳ ପାଇନଥିବା ୨୦୦ରୁ ଅଧିକ  ହିତାଧିକାରୀ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ କାର୍ଯ୍ୟାଳୟ ଛୁଟି ଥିବା ସତ୍ୱେ ଚାଉଳ ନମିଳିବା ପର୍ଯ୍ୟନ୍ତ ଘରକୁ ଯିବେନାହିଁ ବୋଲି ଜିଦ ଧରିଥିଲେ। ପରେ ଯୋଗାଣ ନିରୀକ୍ଷକ ରୋହିତ ମାଝୀଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଆସନ୍ତାକାଲି ତିନୋଟି ୱାର୍ଡର ସମସ୍ତ ହିତାଧିକାରୀଙ୍କୁ ତିନୋଟି କିସ୍ତିର ସମ୍ପୂର୍ଣ ଚାଉଳ ପ୍ରଦାନ କାରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ଗାଁକୁ ଫେରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe