ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଡ୍ରାଇଭର୍ ଓ ହେଲପର୍ ଥାନାରେ ଅଟକ

Advertisment
ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଡ୍ରାଇଭର୍ ଓ ହେଲପର୍ ଥାନାରେ ଅଟକ

ରାୟଗଡ଼ା: ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଚାନ୍ଦିଲି ପୁଲିସ ଟ୍ରକ ସହ ଡ୍ରାଇଭର୍ ଓ ହେଲପରକୁ ଥାନାରେ ଅଟକ ରଖିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ରାୟଗଡ଼ା ଜିଲ୍ଲାର କନ୍ଧ ମାଲିଗାଁ ନିକଟରେ ପୁଲିସ ଟ୍ରକ(ଓଡି୩୩ ୱାଇ ୫୨୮୦)କୁ ଅଟକାଇ ଥିଲା।

publive-image

ଟ୍ରକରେ ଥିବା ଚାଉଳର ସଠିକ କାଗଜପତ୍ର ଡ୍ରାଇଭର ଦେଖାଇ ନ ପାରିବାରୁ ପୁଲିସ ଗାଡ଼ିକୁ ଥାନାକୁ ନେଇଥିଲା। ଚାଉଳ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe