ପିଡ଼ିଏସ ଚାଉଳ ଟ୍ରକ ଓଲଟି ଜଣେ ଗୁରୁତର

Advertisment
ପିଡ଼ିଏସ ଚାଉଳ ଟ୍ରକ ଓଲଟି ଜଣେ ଗୁରୁତର

କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ରାତି ୧୦ଟା ୩୦ରେ ଏକ ପିଡ଼ିଏସ ଚାଉଳ ବୋଝେଇ ଟ୍ରକ ଓଲଟି ଜଣେ ଗୁରୁତର ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କର ଚିକିତ୍ସା ଚାଲୁଅଛି ।

publive-image

ସୂଚନାନୁସାରେ ଆଜି ଏକ ଟ୍ରକ ଚାଉଳ ନେଇ କଙ୍କଡାହାଡ଼ ବ୍ଳକ ଖରଖରୀ ଗାଁ’କୁ ଯାଇଥିଲା। ସେଠାରେ ଚାଉଳ ଦେଇ ଟ୍ରକଟି ଫେରୁଥିବା ବେଳେ ବନ୍ଦଣିଆ ଛକ ନିକଟରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ତ୍ରିନାଥ ପାତ୍ର (୩୨ବର୍ଷ) ରହଣି ଗାଁର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା ଚାଲୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe