ଆଧ୍ୟାତ୍ମିକତା ଦ୍ବାରା ଶାନ୍ତି ଓ ସମୃଦ୍ଧି ସମ୍ଭବ: ମୁଖ୍ୟମନ୍ତ୍ରୀ

Advertisment

ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ।

ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ।

fgfgcdf

କେନ୍ଦୁଝର: ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ। ଏହାଦ୍ବାରା ଶାନ୍ତି ଓ ସମୃଦ୍ଧି ଲାଭ ହୋଇଥାଏ ବୋଲି ଶନିବାର କେନ୍ଦୁଝର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ଶାନ୍ତି ଓ ସମୃଦ୍ଧି-ଜୀବନର ଅଭିନ୍ନ ଅଙ୍ଗ’ ଶୀର୍ଷକ ଆଲୋଚନାଚକ୍ର ଓ ନୂତନ ଆଶ୍ରମ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦିଏ। ଏହାଦ୍ୱାରା ଆମେ ପ୍ରକୃତିର ସମ୍ପଦକୁ ବିଚାରଯୋଗ୍ୟ ଭାବେ ବ୍ୟବହାର କରିଥାଉ। ଆଧ୍ୟାତ୍ମିକତାର ସ୍ପର୍ଶରେ ଏକ ସର୍ବାଙ୍ଗୀନ ପରିବେଶ ସୁରକ୍ଷାର ଜାଗରଣ ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମଗ୍ର ବିଶ୍ୱକୁ ଗଣିତ, ବିଜ୍ଞାନ, ସାହିତ୍ୟ ଛଡ଼ା ଭାରତର ଅନ୍ୟତମ ଅବଦାନ ହେଉଛି ଆଧ୍ୟାତ୍ମିକତା। ଏହି ଜ୍ଞାନ ବଳରେ ମନୁଷ୍ୟ ଶିଖିପାରିଛି ଶାନ୍ତି ଓ ମୈତ୍ରୀର ପରିଭାଷା। ଧ୍ୟାତ୍ମିକତାର ଅନ୍ୟ ଏକ ଶାଖା ହେଉଛି ଯୋଗ। ଏହାଦ୍ୱାରା ଭାରତ ଆଜି ସାରା ବିଶ୍ୱରେ ପରିଚିତ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମ ଉଦ୍‌ଘାଟିତ

ଜୁଲାଇ ୨୧କୁ ସମଗ୍ର ବିଶ୍ବରେ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଯୋଗ ମାଧ୍ୟମରେ ଭାରତ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ୨୦୪୭ରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ, ବିକଶିତ ଭାରତର ଅଜୟ ଗାଥାରେ ଅର୍ଥନୀତି, ରାଜନୀତି, ସାମାଜିକବିଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ଆଧ୍ୟାତ୍ମିକତା ମଧ୍ୟ ଅନନ୍ୟ ବ୍ୟାଖ୍ୟା କରୁଥିବ। ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦୁଝର ଶାଖା, ଆଧ୍ୟାତ୍ମିକତା ସହ ଆମ ଅଞ୍ଚଳରେ ନିଶାମୁକ୍ତି ଅଭିଯାନ, ରାଜଯୋଗ, ସକାରାତ୍ମକ ଜୀବନଶୈଳୀ, ଜନସାଧାରଣଙ୍କ ଜୀବନରେ ନୈତିକତାର ସଂଚାର, ସେଲ୍‌ଫ ମ୍ୟାନେଜମେଣ୍ଟ, ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ ଭଳି ଅତ୍ୟାବଶ୍ୟକ ତତ୍ତ୍ୱମାନ ସଂଯୋଗ କରି ଏକ ସୁନ୍ଦର ଜୀବନ ଗଢ଼ିବା ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବ୍ରହ୍ମାକୁମାରୀ ଭଉଣୀମାନେ ଧଳାଶାଢ଼ି ପିନ୍ଧୁଛନ୍ତି। ଧଳା ରଙ୍ଗ ହେଉଛି ଶାନ୍ତିର ପ୍ରତୀକ। କଥା ଆରମ୍ଭରୁ ସେମାନେ ଓମ୍‌ ଶାନ୍ତି ବୋଲି କହିଥାନ୍ତି। ଏହାର ଅର୍ଥ ଯେତିକି ସରଳ, ଆଧ୍ୟାତ୍ମିକ ବ୍ୟାପ୍ତି ତା’ଠାରୁ ଅଧିକ। କୃଷି ବିକାଶ, ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷରୋପଣ ଭଳି ଅନେକ କାର୍ଯ୍ୟକ୍ରମ କରି କେନ୍ଦୁଝର ବ୍ରହ୍ମାକୁମାରୀ ଶାଖା ଅନନ୍ୟ ଶିଖରରେ ପହଞ୍ଚିଛି। କେନ୍ଦୁଝର ପୁରୁଣାବଜାରଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ କେନ୍ଦୁଝର ଶାଖାର ନବନିର୍ମିତ ଆଶ୍ରମ ‘ସୁଖଶାନ୍ତି ସରୋବର’ର ଉଦ୍‌ଘାଟନ ସମାରୋହ ସହ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଡ.ଫକୀର ମୋହନ ନାଏକ, ଜିଲ୍ଲାପରିଷଦ ସଭାପତି ସାଗରିକା ସାହୁ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, କଟକ ସବ-ଜୋନ୍‌ ନିର୍ଦ୍ଦେଶିକା ତଥା ରାଜଯୋଗିନୀ ଭଉଣୀ କମଲେଶ, ରାଜଯୋଗିନୀ ଭଉଣୀ ଜୟନ୍ତୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe