ବନ୍ଧୁକ ଦ୍ବାରା ନୁହେଁ ବିଶ୍ବାସରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ: ସିଆରପିଏଫ

Advertisment

ସୀମାନ୍ତରେ ସୁରକ୍ଷାକର୍ମୀ ଏବଂ ମାଓ ସମର୍ଥଙ୍କ ମଧ୍ୟରେ ଆଲୋଚନା

ସୀମାନ୍ତରେ ସୁରକ୍ଷାକର୍ମୀ ଏବଂ ମାଓ ସମର୍ଥଙ୍କ ମଧ୍ୟରେ ଆଲୋଚନା

ବନ୍ଧୁକ ଦ୍ବାରା ନୁହେଁ ବିଶ୍ବାସରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ: ସିଆରପିଏଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଜାଗରଗୁଣ୍ଡା ଗ୍ରାମରେ ଅବସ୍ଥାପିତ ୧୬୫ ସିଆରପିଏଫ ବାଟାଲିୟନ ତରଫରୁ ମାଓ ସମର୍ଥକମାନଙ୍କ ସହ ଏକ ଜରୁରୀ ଆଲୋଚନା ଆୟୋଜନ କରାଯାଇଥିଲା। ମାଓ ସମର୍ଥକମାନଙ୍କୁ ସୁରକ୍ଷାକର୍ମୀ ବନ୍ଧୁକ ଦ୍ବାରା କେବେ ମଧ୍ୟ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି କହିଥିଲେ। ବିଶ୍ବାସ ଦ୍ବାରା ହିଁ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ସୁରକ୍ଷାକର୍ମୀଙ୍କ ଉପରେ ଗ୍ରାମବାସୀଙ୍କର ବିଶ୍ବାସ ରହିଲେ ଏଠାରେ ଶାନ୍ତି ପ୍ରତିଷ୍ଠା ହେବା ସହ ବିକାଶ ତରାନ୍ବିତ ହେବ। କିପରି ସରକାରଙ୍କର ସମସ୍ତ ଯୋଜନା ଏହି ନକ୍ସଲ ପ୍ରଭାବିତ ଅଂଚଳରେ ପହଞ୍ଚିବ ସେନେଇ ଆଲୋଚନା ହୋଇଥିଲା। ସ୍ଥାନୀୟ ଯୁବକ କିପରି ପୁଲିସ ଏବଂ ସିଆରପିଏଫ ତଥା ବିଏସଏଫରେ ଭର୍ତ୍ତି ହୋଇ ଦେଶର ସେବା କରିବେ ତାକୁ ନେଇ ମଧ୍ୟ ଲୋକଙ୍କୁ ବୁଝାଯାଇଥିଲା।

ଏହି ଅବସରରେ ଯବାନମାନେ ଗ୍ରାମବାସୀଙ୍କର ମାଗଣାରେ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରିଥିଲେ। ବିଶେଷକରି ଏହି ଅଂଚଳ ମ୍ୟାଲେରିଆ ପ୍ରବଣ ହୋଇଥିବାରୁ କିପରି ଏଥିରୁ ରକ୍ଷା ପାଇବେ ସୁରକ୍ଷାକର୍ମୀ ବୁଝାଇଥିଲେ। ମାଓବାଦୀଙ୍କୁ ସମର୍ଥନ ନକରି ସୁରକ୍ଷାକର୍ମୀଙ୍କୁ ସମର୍ଥନ କଲେ ଆଗକୁ ଏହି ଅଂଚଳରେ କେବେ ମଧ୍ୟ ହିଂସା ଘଟିବ ନାହିଁ ବୋଲି କୁହାଯାଇଥିଲା। ମହିଳା ଏବଂ ଶିଶୁମାନେ ବିଭିନ୍ନ ରୋଗରେ ପୀଡିତ ଥିବା ଦେଖିବାକୁ ମିଳିଥିଲା। ଯବାନ ନିଜେ ସେମାନଙ୍କର ଚିକିତ୍ସା କରିଥିଲେ। ତେଣୁ ଗ୍ରାମବାସୀଙ୍କ ମଧ୍ୟରେ କିପରି ଭାଇଚାରା ରହିବ ଏବଂ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବେ ସେନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe