ଯାଜପୁର: ଚୀନାବାଦାମ ଗୋଦାମରେ ନିଅାଁ

ଯାଜପୁର: ଚୀନାବାଦାମ ଗୋଦାମରେ ନିଅାଁ

ଯାଜପୁର: ଶନିବାର ରାତି ଦୁଇଟା ପରେ ଏକ ଗୋଦାମରେ ନିଅାଁ ଲାଗି ୨ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଚୀନାବାଦାମ ପୋଡ଼ି ପାଉଁଶ ହୋଇଯାଇଛି।

ଯାଜପୁର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ଅଞ୍ଚଳର ରଘୁନାଥପୁର ଗାଁ’ରେ ଅବସ୍ଥିତ ସୁରେଶ ଆଚାର୍ଯ୍ୟଙ୍କ ଚୀନାବାଦାମ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡ ବିଜୁଳି ସର୍ଟସର୍କିଟ୍‌ ଜନିତ ବୋଲି ଅନୁମାନ କରାଯାଉଛି।

ଖବର ପାଇ ଭୋର୍‌ ୪ଟାରୁ ଅଗ୍ନିଶମ ସେବାର ୩ଟି ଦମକଳ ଏବଂ ଲୋକେ ନିଅାଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି। ସାଧାରଣ ଏବଂ ବିହନ ଚୀନାବାଦାମ ଗଚ୍ଛିତ ଥିବା ସେ ଗୋଦାମରେ ଏ ପର୍ଯ୍ୟନ୍ତ ନିଅାଁ ଜଳୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe