ଜିଲ୍ଲାରେ ପ୍ରଥମ, ଧରମବନ୍ଧାରେ ଚିନାବାଦାମ ମଣ୍ଡି ଉଦ୍‌ଘାଟିତ

ପ୍ରଥମ ଦିନରେ ୧୦ ଜଣ ଚାଷୀଙ୍କ ଠାରୁ ୯୯.୪୭ କ୍ବିଣ୍ଟାଲ କ୍ରୟ

ଜିଲ୍ଲାରେ ପ୍ରଥମ, ଧରମବନ୍ଧାରେ ଚିନାବାଦାମ ମଣ୍ଡି ଉଦ୍‌ଘାଟିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଠାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରଥମ କରି  ଚିନାବାଦାମ ମଣ୍ଡି ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନରେ ୧୦ ଜଣ ଚାଷୀଙ୍କ ଠାରୁ ୯୯.୪୭ କ୍ବିଣ୍ଟାଲ ଚିନାବାଦାମ କିଣାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜିଲ୍ଲାରେ ଚିନାବାଦାମ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୫୫୫୦ ଟଙ୍କା ମୂଲ୍ୟରେ ଚିନାବାଦାମ କିଣାଯାଉଛି।

ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମଣ୍ଡଳ,  ପ୍ରକଳ୍ପ ଉପନିର୍ଦ୍ଦେଶକ ଆତ୍ମା ସୁଧାଂଶୁ ଶେଖର ସାହୁ, ସହକାରୀ କୃଷି ଅଧିକାରୀ ଦିପଶ୍ରୀ ମଣ୍ଡଳ, ଏଆର୍‌ସିଏସ୍‌ ଉମାଶଙ୍କର ଦାସ, ନୂଆପଡ଼ା ମାର୍କଫେଡ୍ ଅଧିକାରୀ ଅଜୟ ଚାନ୍ଦ, ଧରମବନ୍ଧା ପୂର୍ବତନ ସରପଞ୍ଚ ଓମପ୍ରକାଶ କଲାରଙ୍କ ସହ ଧରମବନ୍ଧା ପ୍ୟାକ୍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲାରେ ପ୍ରଥମ କରି ଚିନାବାଦାମ ମଣ୍ଡି ଆରମ୍ଭ ହୋଇଥିବାରୁ ଚାଷୀ ମହଲରେ ଖୁସି ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe