ଜାନୁଆରିରୁ ସହରାଞ୍ଚଳରେ ‘ପିଠା’

Advertisment
ଜାନୁଆରିରୁ ସହରାଞ୍ଚଳରେ ‘ପିଠା’

ଭୁବନେଶ୍ବର : ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ବି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସାମାଜିକ ଓ ବ୍ୟକ୍ତିଗତ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତି ମାସରେ ‘ପିଠା’ ଶିବିର ଆୟୋଜନ ହେବ। ସମସ୍ତ ସହରାଞ୍ଚଳରେ ଜାନୁଆରିରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଶିବିର ହେବ। ଏଥିରେ ପ୍ରତ୍ୟେକ ମାସର ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ଏହି ଶିବିର ଆୟୋଜନ ହେବ। ୧୧୪ଟି ପୌରାଞ୍ଚଳରେ ମୋଟ୍ ୪୭୩ଟି ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ‌େହାଇଛି।

ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସମସ୍ତ ପୌରାଞ୍ଚଳ ନିର୍ଦ୍ଦେଶକ, କମିସନର ଓ ଜିଲ୍ଲାପାଳମାନଙ୍କୁ ଏନେଇ ଅବଗତ କରାଇଛନ୍ତି। ଖୁବ୍ ଶୀଘ୍ର ଏନେଇ ନିର୍ଦ୍ଦେଶନାମା ଜାରି ହେବ। ପୌର ସଂସ୍ଥାର ମୁଖ୍ୟମାନେ ‘ଡୁଡା’ ସହ ଆଲୋଚନା କରି ପ୍ରତି ମାସର ୧୦ତାରିଖ ସୁଦ୍ଧା ପିଠା ଶିବିର କେଉଁଠି ଆୟୋଜନ କରିବେ, କିପରି କରିବେ, କେଉଁ କେଉଁ ହିତାଧିକାରୀ ଯୋଗଦେବେ, କ’ଣ ସୁବିଧା ସୁଯୋଗ ଉପଲବ୍ଧ ହେବ ତାହାର ଚୂଡ଼ାନ୍ତ ତାଲିକା ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ପଠାଇବେ। ପିଠା ଶିବିରର ନୋଡାଲ ଅଧିକାରୀମାନେ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ। ସମସ୍ତ ଶିବିରରେ ସାଂସ୍କୃତିକ କାର୍ଯ୍ୟକ୍ରମ‌ ଆୟୋଜନ ହେବ। ଏନେଇ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ବି ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମ ଯେପରି ଠିକ୍ ଭାବେ ଆୟୋଜନ ହେବ ଏଥିପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି, ମହାନଗର ନିଗମ କମିସନରଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ସ୍ତରୀୟ କମିଟି, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମ୍ୟୁନିସପାଲଟି ଓ ଏନ୍ଏସି କମିଟି ଗଠନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe