India TV News
ରସୁଲପୁର: ରସୁଲପୁରର ନୂତନ ବିଡିଓ ଅବନୀକାନ୍ତ ସାହୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପାନ, ଗୁଟ୍ଖା, ସିଗାରେଟ୍ ମଦ ଆଦିକୁ ନିଷେଧ କରିଛନ୍ତି। ପତ୍ର ସଂଖ୍ୟା ୩୪୭୪ ତା ୫-୯-୨୦୨୨ ରିଖରେ ଏହି ନିଷେଧାଦେଶ ଜାରି ହୋଇଛି। ଏହି ନିର୍ଦେଶ ତତ୍କାଳ ଲାଗୁ କରାଯିବାକୁ ନିର୍ଦେଶ ଦିଆଯାଇଛି। ଏହି ନିୟମ ଉଭୟ ବ୍ଲକ୍ କର୍ମଚାରୀ ଓ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଲାଗୁ ହେବ। କାର୍ଯ୍ୟାଳୟ ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ଉଦ୍ଦେଶ୍ୟରେ ଏଭଳି ଆଦେଶ ଜାରି କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ସହିତ ଜରିମାନା କରାଯିବ। ପାନ ପାଇଁ ୫୦୦, ବିଡି କିମ୍ବା ସିଗାରେଟ୍ ପାଇଁ ୨୦୦, ଗୁଟ୍ଖା ପାଇଁ ୫୦୦ ଓ ମାଦକ ଦ୍ରବ୍ୟ ପାଇଁ ୧ ହଜାର ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି।
ସେହିପରି ଅନ୍ୟଏକ ଆଦେଶ ସଂଖ୍ୟା–୩୫୧୯ ତା ୭-୯-୨୦୨୨ ରିଖରେ ବ୍ଲକ୍ କାର୍ଯ୍ୟାଳୟକୁ ସମସ୍ତ କର୍ମଚାରୀ ସକାଳ ଠିକ୍ ୧୦ ଟାରେ ପ୍ରବେଶ କରିବେ ଏବଂ ଅପରାହ୍ଣ ୫ଟା ୩୦ ପୂର୍ବରୁ କାର୍ଯ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦେଶ ଜାରି ହୋଇଛି। ଯଦି କାହାରିକୁ କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼େ ସେଥିପାଇଁ ବିଡିଓଙ୍କଠାରୁ ଯଥାବିଧି ଅନୁମତି ନେବାକୁ ହେବ। ସେହିଭଳି କର୍ମଚାରୀମାନେ ଛୁଟି ନେବାକୁ ଚାହିଁଲେପୂର୍ବରୁ ଏଥିପାଇଁ ବିଡିଓଙ୍କୁ ଜଣାଇବେ। ଅନ୍ୟଥା ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
Follow Us