ସବ୍‌ଜେଲ୍‌ରୁ ବିଚାରାଧୀନ କଏଦୀ ଫେରାର୍‌

Advertisment
ସବ୍‌ଜେଲ୍‌ରୁ ବିଚାରାଧୀନ କଏଦୀ ଫେରାର୍‌

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ସବ୍‌ଜେଲ୍‌ରୁ ଜଣେ ବିଚାରାଧୀନ କଏଦୀ ବିଶ୍ବାମିତ୍ର ମାଝୀ ଫେରାର୍ ହୋଇଯାଇଛି।

ନର୍ଲା ବ୍ଲକ୍‌ ରୁପ୍ରା ଅଞ୍ଚଳର ବିଶ୍ବାମିତ୍ର ପତ୍ନୀକୁ ନିର୍ଯାତନା ଦେବା ଅଭିଯୋଗରେ ତିନିମାସ ତଳେ ବିଚାରାଧୀନ କଏଦୀ ଭାବେ ମ.ରାମପୁର ​ସବ୍‌ଜେଲ୍‌କୁ ଆସିଥିଲେ। ଗତ ୧୧ ଅପରାହ୍ନରେ ଜେଲ୍‌ ପରିସରରେ ଥିବା ହନୁମାନ ମନ୍ଦିର ପର୍ଶ୍ବରେ କାମ କରୁଥିବା ବେଳେ ଜେଲ୍‌ କର୍ମଚାରୀଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ସେ ଫେରାର୍‌ ହୋଇଯାଇଥିଲା। ପରେ ଜେଲ୍‌ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ। ଏ ନେଇ ଜେଲ୍‌ କର୍ତ୍ତୃପକ୍ଷ ଗତକାଲି ମ.ରାମପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଖୋଜୁଥିବା‌ ଏସ୍‌ଆଇ ଜୟଦେବ ତାରିଣୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe