୧୫ରେ ପ୍ରତି ଜିଲ୍ଲାରେ ପେନ୍‌ସନ୍ ଅଦାଲତ, ପେନ୍‌ସନ୍ ମାମଲା ତୁଟାଇବାକୁ ଗଣଶିକ୍ଷା ବିଭାଗର ଉଦ୍ୟମ

Advertisment
୧୫ରେ ପ୍ରତି ଜିଲ୍ଲାରେ ପେନ୍‌ସନ୍ ଅଦାଲତ, ପେନ୍‌ସନ୍ ମାମଲା ତୁଟାଇବାକୁ ଗଣଶିକ୍ଷା ବିଭାଗର ଉଦ୍ୟମ

The Week

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନ୍‌ସନ୍ ମାମଲା ବଢ଼ିଚାଲିଛି। ଏଥି ପାଇଁ ବିଭାଗ ନାକେଦମ୍ ହେଉଛି। କୋର୍ଟରେ ମାମଲା ଲଢ଼ିବାରେ ବିଭାଗର ସମୟ ଓ ସମ୍ବଳ ଅପଚୟ ହେଉଛି। ଏହାକୁ ନଜରରେ ରଖି ବକେୟା ପେନ୍‌ସନ୍ ମାମଲାର ଆଶୁ ଫଏସଲା ପାଇଁ ବିଭାଗ ପକ୍ଷରୁ ଆସନ୍ତା ୧୫ ତାରିଖରେ ପ୍ରତି ଜିଲ୍ଲାରେ ପେନ୍‌ସନ୍ ଅଦାଲତ ଅନୁଷ୍ଠିତ ହେବ। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ଏହି ମର୍ମରେ ଲେଖାଯାଇଥିବା ପତ୍ରରେ ଜଣାଇ ଦିଆଯାଇଛି ଯେ ବକେୟା ପେନ୍‌ସନ୍ ମାମଲାର ଶୁଣାଣି ଓ ଫଏସଲା କରିବା ପାଇଁ ଏହି ପେନ୍‌ସନ୍ ଅଦାଲତ କରାଯାଇଛି। ଏହା ଦ୍ବାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀମାନଙ୍କ ବକେୟା ପେନ୍‌ସନ୍ ମାମଲା ଶୀଘ୍ର ଫଏସଲା ହୋଇପାରିବ। ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ତଥ୍ୟ ଠିକ୍ ଭାବେ ପଞ୍ଜୀକୃତ ନ ହେବା ସହିତ ପେନ୍‌ସନ୍ କାଗଜପତ୍ର ଠିକ୍ ସମୟରେ କାର୍ଯ୍ୟାଳୟରେ ଦାଖଲ କରାଯାଇ ନାହିଁ। କିଛି କ୍ଷେତ୍ରରେ ଭିଜିଲାନ୍ସ ଓ ଅନ୍ୟାନ୍ୟ କୋର୍ଟ କଚେରି, ମକଦ୍ଦମା, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହୋଇ ନ ଥିବା ଏବଂ ଏହା ସହିତ କେତେକ କ୍ଷେତ୍ରରେ ଏନ୍‌ଡିସି, ସର୍ଭିସ୍‌ ବୁକ୍, ଉତ୍ତରାଧିକାରୀ ସାର୍ଟିଫିକେଟ ଆଦି ଦାଖଲ ହୋଇ ନ ଥିବାରୁ ପେନ୍‌ସନ୍ ଦେବାରେ ବିଳମ୍ବ ଘଟୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe