(Representational immage) )Times of India
ବରୀ: ଯାଜପୁର ଜିଲ୍ଲା ବରୀ ବଜାରରୁ ତାଳସଜ କିଣିବାବେଳେ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଚନ୍ଦନପୁର ଗ୍ରାମର ବିଷ୍ଣୁ ଚରଣ ବେହେରା। ସେ ଆଜି ବାଲିଆପାଳ ବ୍ୟାଙ୍କରୁ ପେନସନ ଟଙ୍କା ୩୦ ହଜାର ଉଠାଇ ବ୍ୟାଗରେ ରଖି ସାଇକଲରେ ବରୀ ବଜାରକୁ ଆସିଥିଲେ। ବଜାରରେ ସାଇକଲ ରଖି ତାଳସଜ କିଣିଥିଲେ। ଏହି ସମୟରେ ସାଇକଲରେ ଝୁଲୁଥିବା ଟଙ୍କା ବ୍ୟାଗ୍କୁ କେହି ଝାମ୍ପି ନେଇଥିଲା। ଖବର ପାଇ ବରୀ ପୁଲିସ ଯଦିଓ ଘଟଣାସ୍ଥଳରେ ପହଞ୍ଚିଥିଲା। ଥାନା ଅଧିକାରୀ ମନୋଜ ସ୍ବାଇଁ କହିଛନ୍ତି ଯେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। କିଛି ମାସ ପୂର୍ବରୁ ବହୁବାର ଏପରି ଟଙ୍କା ଉଠାଇ ଆସୁଥିବା ବ୍ୟକ୍ତିମାନେ ଲୁଟ୍ର ଶିକାର ହୋଇଛନ୍ତି। କିଛିଦିନର ନିରବତା ପରେ ପୁଣି ରାକେଟ୍ ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଛି।
Follow Us