ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ବିଂଝାରପୁର: ସଡ଼କ ଦୁର୍ଘଟଣାରେ ବିଂଝାରପୁର ବ୍ଲକରେ କାର୍ଯ୍ୟରତ ପିଇଓ ଅରୁଣ କୁମାର କର (୪୦)ଙ୍କର ମୃତ୍ୟ ଘଟିଛି। ତାଙ୍କ ଘର ଦଶରଥପୁର ବ୍ଲକ କାଟିଆ ପ୍ରକଟପୁର ଗ୍ରାମରେ। ଗତକାଲି ରାତିରେ ପାଣିକୋଇଲି ଅଞ୍ଚଳରୁ ଭୋଜି ଖାଇ ଘରକୁ ଫେରୁଥିଲାବେଳେ ଗଣେଶ୍ୱରପୁର ଛକରେ ଏକ ସ୍କୁଟିକୁ ବଞ୍ଚାଇକୁ ଯାଇ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ନେଇଥିଲେ। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ କରି ଅପରାହ୍‌ଣରେ ଗ୍ରାମକୁ ଅଣାଯାଇଥିଲା। ଖବର ପାଇ ବିଂଝାରପୁର ବିଡିଓ ମିନତି ଜଗଦେବ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସଙ୍କ ସମେତ ସମସ୍ତ ପିଇଓ ଏବଂ କର୍ମଚାରୀ ପହଞ୍ଚି ଶେଷଦର୍ଶନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe