କୋଲାବିରା : କୋଲାବିରା ବ୍ଲକ୍ରେ କାର୍ଯ୍ୟରତ ପ୍ରଧାନ କିଶାନଙ୍କୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେ ପୋଖରାସାହ୍ଲେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବେଳେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ତଞ୍ଚକତା କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଥିଲା। ଏଥି ସହିତ କରୋନା ସହାୟତା ରାଶି ମଧ୍ୟ ଆତ୍ମସାତ କରିଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ପରେ ତତ୍କାଳୀନ ବିଡିଓ ବିଜୟ ସଏ ତଦନ୍ତ ପାଇଁ ଏବିଡିଓ ଓ ଜିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ରିପୋର୍ଟ ଆଧାରରେ ବିଡିଓ ଡ୍ରାଫ୍ଟଚାର୍ଜ କରିବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ସରକାରୀ ଟଙ୍କା ଆତ୍ମସାତ, ସରକାରୀ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ବ୍ଲକ୍ର ଜିପିଓ ସୁରେନ୍ଦ୍ର ମେହେର ସୂଚନା ଦେଇଛନ୍ତି।
ପିଇଓ ପ୍ରଧାନ କିଶାନ ନିଲମ୍ବିତ
Advertisment
Follow Us