ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

Advertisment
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ଲୀଲାବତୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ତାଙ୍କୁ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ସେହିପରି ନିଲମ୍ବନ ସମୟ ସୀମା ମଧ୍ୟରେ ନିଲମ୍ବିତ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ବେହେରା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଲୟ ଛାଡି ଯାଇ ପାରିବେ ନେହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ବେହେରାଙ୍କ ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଛି । ଅନ୍ୟପଟେ ଗତ ୪ ତାରିଖ ଦିନ ସୁଗୁଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ଅସହାୟ ବୃଦ୍ଧା ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ଭତ୍ତା କରାଇଦେବାକୁ କହି ତାଙ୍କ ଠାରୁ ୫୦୦ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ଫଳରେ ଜିଲାପାଳ ଶ୍ରୀ ଉପାଧ୍ୟାୟ ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏହା ସହିତ ପିଡିଡିଆରଡିଏଙ୍କୁ ଉକ୍ତ ଅଭିଯୋଗର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଘଟଣାର ତଦନ୍ତ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe