ଜମି ଚିହ୍ନଟରେ ବିଳମ୍ବ ନେଇ ଯୁବକ ବିଷ ପିଇବା ଘଟଣା: ହାତଗୁଂଜା ନେଇଥିବା ୧୦ ହଜାର ଟଙ୍କା ଫେରାଇଲେ ପିଅନ

ଜମି ଚିହ୍ନଟରେ ବିଳମ୍ବ ନେଇ ଯୁବକ ବିଷ ପିଇବା ଘଟଣା: ହାତଗୁଂଜା ନେଇଥିବା ୧୦ ହଜାର ଟଙ୍କା ଫେରାଇଲେ ପିଅନ

ବାସୁଦେବପୁର: ବାସୁଦେବପୁର ତହସିଲ ଅଧୀନ ଆର୍ତୁଂ ପଞ୍ଚାୟତର ବୃନ୍ଦାବନ ଦାସଙ୍କ ୨୩ ବର୍ଷୀୟ ପୁଅ ଶିବାଜୀ ତିନି ମାସ ତଳେ ଭାଗବଣ୍ଟା ପରେ ଜମି ଚିହ୍ନଟ ପାଇଁ ଅପିଲ୍‌ କରିଥିଲେ। ଦିନ ପରେ ଦିନ ଗଡ଼ୁଥିଲେ ବି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବେଦନ ଉପରେ କୌଣସି ପଦ‌କ୍ଷେପ ନିଆଯାଇ ନଥିଲା। ଆଜି ଅମିନ ନାହାନ୍ତି, କାଲି ଆସ କହି କହି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ କର୍ମଚାରୀ। କାମ କରିବା ପାଇଁ ତହସିଲର ଜଣେ ପିଅନଙ୍କୁ ୧୦ ହଜାର ଟଙ୍କା ହାତଗୁଂଜା ମଧ୍ୟ ଦିଆଯାଇଥିଲା। ହେଲେ କିଛି କାମ ହେଲାନି। ଏପରି ସମୟରେ ମାନସିକ ଚାପରେ ଥିବା ଶିବାଜୀ ଗତ ମଙ୍ଗଳବାର ଦିନ ତହସିଲ ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଶିବାଜୀ ପ୍ରଥମେ ବାରସୁଦବପୁର ଏବଂ ପରେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏପରି ସମୟରେ ଦିଆଯାଇଥିବା ହାତଗୁଂଜା ଫେରିପାଇବାକୁ ଶିବାଜୀଙ୍କ ପରିବାର ଲୋକ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଫଳରେ କାର୍ଯ୍ୟରତ ସଂପୃକ୍ତ ପିଅନ ନେଇଥିବା ୧୦ ହଜାର ଟଙ୍କା ଫେରାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ତହସିଲଦାର ଘଣଟଣାକୁ ଗୁରୁତର ସହ ନେଇ ଆବେଦନ ଅନୁସାରେ ଜମି ଚିହ୍ନଟ କାମ ଶୀର୍ଘ ହେବ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe