ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ: ଗିରଫ ଅଭିଯୁକ୍ତ ପିଅନ ନିଲମ୍ବିତ

Advertisment
ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ: ଗିରଫ ଅଭିଯୁକ୍ତ ପିଅନ ନିଲମ୍ବିତ

ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଂଗାସିଲ ଗ୍ରାମରେ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ପିଅନ ନିଲମ୍ବିତ କରାଯାଇଥିବାର ଖବର ମିଳିଛି। ଅଭିଯୁକ୍ତକୁ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟରୁ ଅନ୍ତର କରିଛନ୍ତି।

ଏହି ବିଦ୍ୟାଳୟର ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ହିଁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଛାତ୍ରୀ ରାୟଗଡା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ପିଅନକୁ ଗିରଫ କରିବାକୁ ଗତକାଲି ଡଂଗାସିଲ ଆଶ୍ରମ ବିଦ୍ୟାଳୟରେ ପହଞ୍ଚିବା ପରେ ଗ୍ରାମବାସୀ ପୁଲିସକୁ ରୋକିଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ପରେ ପୁଲିସ ଫୋର୍ସ ପହଞ୍ଚି ଲାଠିଚାର୍ଜ କରିବା ପରେ ଗ୍ରାମବାସୀ ଏଣେତେଣେ ଦୌଡିଥିଲେ।ତେବେ ପୁଲିସ ଅଭିଯୁକ୍ତ ପିଅନକୁ ଗିରଫ କରିଥିଲା।

ଏହି ଘଟଣାଟି ଦୋରାଗୁଡା ଥାନା ଅଂଚଳରେ ଘଟିଥିବାରୁ ଅଭିଯୁକ୍ତ ପିଅନକୁ ପୁଲିସ କେଉଁ ଥାନାକୁ ନେଇଛି ତାହା ଜଣାପଡିନାହିଁ। ପୁଲିସ ଏନେଇ ମୁହଁ ଖୋଲୁନାହିଁ। ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ତେବେ ଛାତ୍ରୀ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ଜଣାପଡିନଥିବା ବେଳେ ପୀଡ଼ିତା ଛାତ୍ରୀ ଏବଂ ପିଅନ ଡଂଗାସିଲ ଗ୍ରାମର ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe