ପେକ୍ସ କୋଠରିରୁ ପିଅନଙ୍କ ମୃତଦେହ ଉଦ୍ଧାର

ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଦେବଗଡ଼: ବାରକୋଟ ଥାନା ସିଂହଶାଳ ସେବା ସମବାୟ ସମିତିରେ କାର୍ଯ୍ୟରତ ପିଅନ ଫକୀର ଚରଣ ପ୍ରଧାନ(୫୮)ଙ୍କ ମୃତଦେହ ଆଜି ସଂଧ୍ୟାରେ ନବନିର୍ମିତ ଅତିରିକ୍ତ କୋଠରିରୁ ପୁଲିସ୍‌ ଉଦ୍ଧାର କରିଛି। ସୂଚନାମତେ, ଆଜି ସିଂହଶାଳ ସେବା ସମିତି କାର୍ଯ୍ୟାଳୟ ପରିସରରେ ସାର ଗୋଦାମକୁ ଲାଗି ରହିଥିବା କୋଠରିରେ ପିଅନ ଶ୍ରୀ ପ୍ରଧାନଙ୍କ ମୃତଦେହ ଏକ ରଶିରେ ଝୁଲୁଥିଲା।

ପେକ୍ସ ସମ୍ପାଦକ ଏହା ଦେଖି ବାରକୋଟ ପୁଲିସ୍‌କୁ ସୂଚନା ଦେଇଥିଲେ। ପରେ ପରିବାର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ। ବାରକୋଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ପାରିବାରିକ ଳଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe