ଏପଟେ ହାତୀ, ସେପଟେ ମାଓବାଦୀ; ଲୋକଙ୍କୁ ସୁରକ୍ଷା ଦେବ କିଏ?

Advertisment

ଚାରିଆଡ଼େ ବୁଲୁଛନ୍ତି ହାତୀ ପଲ, ମାଓଭୟ‌ରେ ଦୋକାନବଜାର ବନ୍ଦ, ଘରୁ ବାହାରି ପାରୁ ନାହାନ୍ତି ଲୋକେ

ଚାରିଆଡ଼େ ବୁଲୁଛନ୍ତି ହାତୀ ପଲ, ମାଓଭୟ‌ରେ ଦୋକାନବଜାର ବନ୍ଦ, ଘରୁ ବାହାରି ପାରୁ ନାହାନ୍ତି ଲୋକେ

ବୃଦ୍ଧାକୁ ଶୁଣ୍ଢରେ ଟେକି ନେଇ ଦଳି ଦେଲା ହାତୀ

The Rising Nepal

ବୌଦ୍ଧ/ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ସ୍ବାଚ୍ଛନ୍ଦ୍ୟରେ ବୁଲି ପାରୁନାହାନ୍ତି। ଏହି ଅଞ୍ଚଳରେ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ମାଓବାଦୀ ସକ୍ରିୟ ହେବା ଚିନ୍ତାର କାରଣ ହୋଇଛି। ଗୋଟେ ପଟେ ଲୋକେ ହାତୀ ହାବୁଡ଼ରେ ପଡ଼ିବା ଭୟରେ ଚାଷ ଜମିକୁ ଯାଇ ପାରୁନାହାନ୍ତି। ଅନ୍ୟପଟେ ମାଓ ପୋଷ୍ଟର ଲାଗିବା ପରେ ଲୋକେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି।

ଚଳିତ ମାସ ୧୪ ତାରିଖର ଘଟଣା। ହାତୀପଲ ବରଗାଁ ପଞ୍ଚାୟତ ଘୁଚାଙ୍ଗି ଗ୍ରାମ ନିକଟକୁ ଆସିବା ବେଳେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଚାଷ ଜମି ହିଡ଼ ଅତିକ୍ରମ କରିବା ବେଳେ ଶୁଣ୍ଢରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଥିଲା। ଦନ୍ତାର ମୃତ୍ୟୁ ପରେ ଅନ୍ୟ ହାତୀ ଉଗ୍ର ହୋଇଉଠିଥିବା ଦେଖାଦେଇଛି। ବିକଟାଳ ଶବ୍ଦ କରି ଜଙ୍ଗଲରେ ଇତଃସ୍ତତଃ ଘୂରି ବୁଲୁଛନ୍ତି। ଜଙ୍ଗଲ ସଂଲଗ୍ନ ଜମିର ଫସଲ ମାଡ଼ିମକଚି ନଷ୍ଟ କରୁଛନ୍ତି। ଗ୍ରାମରେ ଥିବା ବାଡ଼ିର ଫସଲ ମଧ୍ୟ ଛାଡ଼ୁନାହାନ୍ତି। ଫଳରେ ବରଗାଁ ଓ ନାରାୟଣପ୍ରସାଦ ପଞ୍ଚାୟତ ଲୋକେ ଚାଷଜମିକୁ ଯିବାକୁ ଡରୁଛନ୍ତି। ଚାଷ ଋତୁ ଆରମ୍ଭ ହୋଇଥିଲେ ସୁଦ୍ଧା ଚାଷ କାମ ଆରମ୍ଭ କରି ପାରୁନାହାନ୍ତି। ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ସମନ୍ବୟର ଅଭାବ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବେଳେ ଏବେ ଉଭୟ ବିଭାଗ ନିଜ ମଧ୍ୟରେ ଦୋଷ ଲଦାଲଦିରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି।

ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ହାତୀ ଗତିବିଧି ରହିଥିବାରୁ ବାରମ୍ବାର ବିଦ୍ୟୁତ୍ କାଟ କରାଯାଉଛି। ରାତିରେ ବିଦ୍ୟୁତ୍ କାଟ କରାଯାଉଥିବାରୁ ଅନ୍ଧାରରେ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

publive-image Telangana Today

ସେହିପରି ଏହି ଅଞ୍ଚଳରେ ପ୍ରଥମ କରି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ରବିବାର ଖୁଣ୍ଟିଗୋରା ଓ ଉମା ଗାଁରୁ ମାଓ ପୋଷ୍ଟର ଉଦ୍ଧାର ହୋଇଛି। ଏହି ପୋଷ୍ଟରରେ ବିଭିନ୍ନ ପ୍ରକାର ଧମକ ଦିଆଯାଇଥିବା ଜଣାପଡ଼ିଛି। ଏହାପରଠାରୁ ଖୁଣ୍ଟିଗୋରା, ଉମା, ଖମନମୁଣ୍ଡା ଆଦି ପଞ୍ଚାୟତର ଲୋକେ ଭୟରେ ​ରହୁଛନ୍ତି। ପଡ଼ୋଶୀ ପଞ୍ଚାୟତର ଲୋକେ ବି ଏହି ଅଞ୍ଚଳକୁ ଆସିବାକୁ ଭୟ କରୁଛନ୍ତି। ସନ୍ଧ୍ୟା ସମୟରୁ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଉଛି। ଲୋକେ ରାତିରେ ଘରୁ ବାହାରୁ ନାହାନ୍ତି। ଚଳଚଞ୍ଚଳ ରାସ୍ତା ଏବେ ଶୂନଶାନ୍‌ ରହୁଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe